Wednesday 24 May 2023

GA&PG Deptt Champion : SMCA Cup 2023

23.05.2023 : ମଙ୍ଗଳବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ବିଜୟୀ ହୋଇ ଟ୍ରଫି ହାସଲ କରିଛି। ଇସ୍ପାତ ଓ ଖଣି ବିଭାଗ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତ ୧୭ ଅପ୍ରେଲ ରୁ ଆରମ୍ଭ ହୋଇଥିଲା। ସଚିବାଳୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ଏହି ଫାଇନାଲ ମ୍ୟାଚଟି ବେଶ ରୋମାଞ୍ଚକର ହୋଇଥିଲା। 

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୧୦ ଓଭରରେ ୬ ଓ୍ୱିକେଟ ହରାଇ ୧୨୩ ରନ୍ କରିଥିଲା। ଦଳ ତରଫରୁ ମନୋରଞ୍ଜନ ସର୍ବାଧିକ ୫୭ ରନ୍ କରିଥିଲେ। ଏହି ହାଇସ୍କୋରକୁ ପିଛା କରି ସୂଚନା ଓ ଲୋକସଂପର୍କ ବିଭାଗ ୧୦ ଓଭରରେ ୭ ଓ୍ୱିକେଟ ହରାଇ ମାତ୍ର ୬୮ ରନ୍ କରିପାରିଥିଲା। ଦଳ ପକ୍ଷରୁ ଆଲୋକ ମହାରଣା ସର୍ବାଧିକ ୩୭ ରନ୍ କରିଥିବା ବେଳେ, ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଓ୍ୱିକେଟ ପତନ ହୋଇଚାଲିଥିଲା । ଉଭୟ ବିବେକ ଓ ମନୋରଞ୍ଜନ ୩ଟି ଲେଖାଏଁ ଓ୍ୱିକେଟ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ଚମ୍ପିୟାନ କରିବାରେ ସହାୟକ ହୋଇଥିଲେ। ଉକ୍ତ ମ୍ୟାଚରେ ମନୋରଞ୍ଜନ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। 

ଚଳିତ ସିରିଜରେ ଆଲୋକ ମହାରଣା (୩୪୨ ରନ୍ ଓ ୧୫ ଓ୍ୱିକେଟ) ମ୍ୟାନ ଅଫ ଦି ସିରିଜ ଟ୍ରଫି ହାସଲ କରିଥିଲେ। 





No comments: