ସଚିବାଳୟ ମିନି ଷ୍ଟାଡିୟମରେ ଇସ୍ପାତ ଓ ଖଣି ବିଭାଗ ସାଂସ୍କୃତିକ ପରିଷଦ ଦ୍ଵାରା ଆୟୋଜିତ ଅନ୍ତଃବିଭାଗୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ସେମିଫାଇନାଲ ମ୍ୟାଚ ରେ ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ବିଜୟ ଲାଭ କରି ଫାଇନାଲରେ ପ୍ରବେଶ କରିଛନ୍ତି।
ପ୍ରଥମ ସେମିଫାଇନାଲ ମ୍ୟାଚ ରେ ସୂଚନା ଓ ଲୋକ ସଂପର୍କ ବିଭାଗ, ଅର୍ଥ ବିଭାଗ କୁ ୩୮ ରନ୍ ରେ ପରାସ୍ତ କରିଥିବା ବେଳେ, ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କୁ ୧୦୨ ରନ୍ ରେ ପରାସ୍ତ କରିଥିଲା।
ଫାଇନାଲ ମ୍ୟାଚ ଆସନ୍ତା ୨୩ ତାରିଖ ରେ ଖେଳାଯିବ।
SEMIFINAL - 2
SEMIFINAL - 1
No comments:
Post a Comment