Thursday 18 May 2023

Case hearing on ASO Recruitment 2021 : Judgement tomorrow

ବହୁ ଦିନର ପ୍ରତୀକ୍ଷା ପରେ ଆସନ୍ତାକାଲି  (୧୯ ମଇ, ୨୦୨୩) ରାଜ୍ୟ ସଚିବାଳୟର ସହକାରୀ ଉପବିଭାଗ ଅଧିକାରୀ (Assistant Section Officer) ପଦବୀ ପାଇଁ ହୋଇଥିବା ପରୀକ୍ଷା - ୨୦୨୧ ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଛି । ଏହି ମାମଲାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ ତା ୧୦.୦୨.୨୦୨୩ ରିଖରେ ଶୁଣାଣି ଶେଷ କରି ନିଜର ରାୟ ସଂରକ୍ଷିତ ରଖିଥିଲେ ।

ପ୍ରାୟ ତିନି ମାସ ପରେ ରାୟ ପ୍ରକାଶ ପାଇବା ଖବର ପାଇ ପରୀକ୍ଷାର୍ଥୀ ମହଲରେ ଉତ୍ସୁକତା ଦେଖାଦେଇଛି ।  

List of Business on 19th May 2023.PDF 
(THE HON'BLE MR. JUSTICE ADITYA KUMAR MOHAPATRA)

ବହୁ ପ୍ରତୀକ୍ଷିତ ସଚିବାଳୟ ଏଏସ୍ଓ ନିଯୁକ୍ତି ୨୦୨୧ର ଚୟନ ପ୍ରକ୍ରିୟା କୁ ନେଇ ରଜତ କୁମାର ମିଶ୍ର ତଥା ଅନ୍ୟମାନଙ୍କୁ ନେଇ ହୋଇଥିବା ମାମଲା WP(C) No. 32174/2022 ର ଶୁଣାଣି ଲଗାତାର ୩ ଦିନ ଧରି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ହୋଇଥିବା ଖଣ୍ଡପୀଠରେ ଚାଲିଥିଲା। ଫେବୃଆରୀ ୭ତାରିଖରେ ଆବେଦନକାରୀଙ୍କ ଓକିଲ ଶ୍ରୀ ମନୋଜ କୁମାର ମିଶ୍ର ନିଜର ଯୁକ୍ତି ରଖିଥିବା ବେଳେ ୯ ତାରିଖରେ ସରକାର ଏବଂ ଓପିଏସସି ତରଫରୁ ଆଡଭୋକେଟ ଜେନେରାଲ ନିଜର ତଥ୍ଯ ରଖିଥିଲେ। ୧୦ ତାରିଖରେ ପୁଣି ଆବେଦନକାରୀଙ୍କ ତରଫରୁ ପକ୍ଷ ରଖାଯାଇଥିଲା। 

ଶେଷରେ ଏହି ମାମଲାର ଶୁଣାଣି ଶେଷ କରି ମାନ୍ୟବର ଅଦାଲତ ନିଜର ରାୟ ସଂରକ୍ଷିତ ରଖିଥିଲେ । 

ନିଯୁକ୍ତି ପ୍ରକ୍ରିୟା ଘଟଣାକ୍ରମ :

31.12.2021 : Advertisement published
20.01.2022 to 25.02.2022 : Online Application
27.08.2022 : Written Examination Date
07.11.2022 : Result of Written Exam published
14.11.2022 to 18.11.2022 : Document Verification 
25.11.2022 : Case filed in High Court
30.11.2022 : Adjourned Order (PDF)  
04.12.2022 : Computer Skill Test
20.12.2022 : Adjourned Order (PDF)
19.01.2023 : Adjourned to 7th Feb
07.02.2023 : Hearing done
09.02.2023 : Hearing done
10.02.2023 : Hearing finished & Judgement reserved
19.05.2023 : Judgement 

No comments: