Thursday 30 November 2023

କାଲି (କାର୍ତ୍ତିକ ପୂର୍ଣ୍ଣିମା) ଓ ଆଜି (ଛାଡଖାଇ)

 କାଲି (କାର୍ତ୍ତିକ ପୂର୍ଣ୍ଣିମା) ଓ ଆଜି (ଛାଡଖାଇ)

ଭିଡ଼.. ପ୍ରବଳ ଭିଡ଼...
କାଲି ମନ୍ଦିରରେ, ଆଉ ଆଜି ଆଇଁସ ହାଟରେ।

କାଲି ଭଜନ କୀର୍ତନ, ଚିତା ଚୈତନ୍ୟ, ହୁଳହୁଳି ହରିବୋଲ
ଆଜି, ମାଛ ମାଂସ ଖିଆ ପିଆ, ମଜା ତାମ୍ସା, ନିଶାରେ ଚୁର, ମସଗୁଲ...

କାଲି କହୁଥିଲେ ନଡ଼ିଆ ନେ କଦଳୀ ନେ,
ଧୂପ ଦୀପ ନେ, ଫୁଲ ଫଳ ନେ...
ହେ ପ୍ରଭୁ ସବୁ ନେଇ ମୋତେ ବୁଦ୍ଧି ଦେ, ଜ୍ଞାନ ଦେ,
ଧନ ଦେ, ମାନ ଦେ,  ସୁଖ ଦେ, ଶାନ୍ତି ଦେ...

ଆଜି କହୁଛନ୍ତି
ଅଧ କିଲେ ଦେ, କିଲେ ଦେ
କଲିଜା ରୁ ଟିକେ ଦେ, ଆଗ ଫଡ଼ିଆରୁ ଦେ, 
ଗର୍ଧନ୍ ଦେ, ଗୁରଦା ଦେ, ଚର୍ବି କମ୍ ଦେ
କିଛି ନାହିଁ ଯଦି.. ଗୋଡ଼ ପୁଣ୍ଟି ଯାହା ଅଛି ଦେ, ଯେତେ ନେବୁ ପଛେ ନେ....

କାଲି ନଦୀ ପୋଖରୀରେ ଡଙ୍ଗା ଭାସିଲା
ଆଜି ମାଂସ ମଦ ନଦୀରେ ସଂସାର।

କାଲି ଘରେ କହୁଥିଲେ
ଏ ମନ୍ଦିର ଯିବା, ସେ ମନ୍ଦିର ଯିବା
ଏଠି ଭୋଗଦେବା,ସେଠି ପ୍ରସାଦ ଖାଇବା,
ପାଦୁକା ଟିକେ ଆଣିବା ।
ଆଜି ଭୋର୍ ରୁ ଡାକିଲେ..
ହେ, ଜଲଦି ଉଠ, ଛକକୁ ଯାଅ 
ପିଆଜ ରସୁଣ ଆଣ, ଲଙ୍କା ଅଦା ଆଣ,
ମଟନ୍ ମସଲା, ଗରମ୍ ମସଲା ଆଣ
ଦିନରେ ଝୋଳ ହେବ, ରାତି ପାଇଁ କସା ରଖାହବ
ଦେଖିକି ଟିକିଏ ଅଧିକା ଆଣିବ ।।

କାଲି ଘଣ୍ଟ ଘଣ୍ଟି
ପାହାନ୍ତାରୁ ମନ୍ଦିର ଖୋଲା
ଆଜି କାହାର ଦେଖା ଦର୍ଶନ ନାହିଁ 
ସୂର୍ଜ୍ୟୋଦୟ ଯାଏଁ ଦୁଆରେ ତାଲା

କାଲି ଭଗବାନକହୁଥିଲେ
"ମଣିଷ ଦେହେ ଦିବ୍ୟ ଜ୍ଞାନ, ଦେଖି  ସନ୍ତୋଷ ଭଗବାନ।"
ଆଜି କହୁଛନ୍ତି
"ମଣିଷ ଦେହେ ନାହିଁ ଜ୍ଞାନ, ଶରୀର କଲାଣି ଶ୍ମଶାନ।"

ବେଙ୍ଗ କହେ ବେଙ୍ଗୁଲି ଲୋ, ଏ ପୃଥି କ୍ଷଣ କ୍ଷଣ କେ ଆନ ।

Courtesy : WhatsApp Message 

No comments: