Tuesday 7 November 2023

ASO Case update : To be listed next week

ତା ୦୬।୧୧।୨୦୨୩ ରିଖ : ଆଜି ମାନ୍ୟବର ହାଇକୋର୍ଟ ସଚିବାଳୟ ଏଏସଓ ପରୀକ୍ଷା ସଂପର୍କିତ ମାମଲାରେ ଶୁଣାଣି କରିଛନ୍ତି। ତେବେ ଏକ ସପ୍ତାହ ପରେ ପୁଣି ଏହାର ଶୁଣାଣି କରାଯିବା ପାଇଁ କାର୍ଯ୍ୟକାରୀ ମୁଖ୍ଯ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଓ ଜଷ୍ଟିସ ଏମ ଏସ ରମଣ ଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ମୂଳ ମମଲା  WP(C) No. 32174/2022: Rajat Kumar Mishra Vs State of Odisha & others  ରେ ଓପିଏସସି ଦ୍ୱାରା ପ୍ରକାଶିତ ବିଷୟ ଭିତ୍ତିକ ଚୟନ ପଦ୍ଧତି ରେ ପ୍ରକାଶିତ ମେଧା ତାଲିକାକୁ ଜଣକିଆ ଖଣ୍ଡପୀଠ ରଦ୍ଦ କରି ମୋଟ ମାର୍କ ଭିତ୍ତିରେ ନୂତନ ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ।   

ତେବେ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ତିନୋଟି ପ୍ରୁଥକ ରିଟ୍ ଅପିଲ ଦୁଇଜଣିଆ ଡିଭିଜନ ବେଞ୍ଚରେ ଆବେଦନ କରାଯାଇଛି ଏବଂ ଏ ସବୁର ଏକତ୍ର ଶୁଣାଣି କରାଯାଉଛି। ଆଶା କରାଯାଉଛି, ଖୁବ ଶୀଘ୍ର ଏହାର ଫଇସଲା କରାଯିବ। 

ପରବର୍ତ୍ତୀ ନିଯୁକ୍ତି :
ବର୍ତ୍ତମାନ ର ତଥ୍ଯ ଅନୁଯାୟୀ ସଚିବାଳୟରେ ମୋଟ ୧୪୯୮ ଟି ଏଏସଓ ପଦବୀରୁ ୯୭୧ ପଦବୀ ଖାଲି ପଡିଛି। ଚଳିତ ମାମଲାର ଫଇସଲା ହେଲେ ୭୯୬ ପଦବୀ ପୂରଣ ହେବ। କିନ୍ତୁ ବିଡମ୍ବନାର ବିଷୟ ଇତି ମଧ୍ୟରେ ଅନେକ ପରୀକ୍ଷାର୍ଥୀ ଅନ୍ୟ କିଛି ପରୀକ୍ଷା ଦେଇ ଚାକିରୀରେ ଯୋଗଦେଇ ସାରିଲେଣି। ସେହିପରି ଚୁକ୍ତି ଭିତ୍ତିକ ନିଯୁକ୍ତି ବାତିଲ ହେବା ପରେ ସମାନ ଦରମାରେ ନିଜର ପସନ୍ଦ ମୁତାବକ ଚାକିରୀ ଛାଡି ପୁଣି ଏଏସଓ କୁ ଫେରିବା ସମ୍ଭାବନା କ୍ଷୀଣ। ତେଣୁ ଏହି ନିଯୁକ୍ତି ଯେତେ ବିଳମ୍ବ ହେଉଛି ସେତେ କମ୍ ପରୀକ୍ଷାର୍ଥୀ ଏହି ପଦବୀରେ ଯୋଗ ଦେବାର ସମ୍ଭାବନା ଦେଖାଉଛି। ତେବେ ନ୍ୟାୟ ଅପେକ୍ଷା ରେ ସମସ୍ତେ ନ୍ୟାୟାଳୟ ଉପରେ ଭରସା ରଖିଛନ୍ତି। ଆଶା କରିବା ସବୁ ଭଲ ହେବ। 

No comments: