Sunday 9 May 2021

18-44 yrs vaccination in five Municipal Corporations : Pvt hospitals added

ରାଜ୍ୟ ସରକାର ୧୮ରୁ ୪୪ ବର୍ଷ ବୟସର ନାଗରିକଙ୍କ ଟୀକାକରଣ ପାଇଁ ନିଜସ୍ୱ ରାଜକୋଷରୁ ଟୀକା କିଣିବା ପଦକ୍ଷେପ ଗ୍ରହଣ କରିଛନ୍ତି। କମ୍ପାନୀ ପକ୍ଷରୁ ଟୀକା ଯୋଗାଣରେ ବିଳମ୍ବ ହେଉଥିବା ଯୋଗୁଁ ଅଧିକ ସଂକ୍ରମଣ ବ୍ୟାପୁଥିବା ୫ଟି ମହାନଗର ନିଗମରେ ପ୍ରାଥମିକତାରେ ଟୀକାକରଣ କରାଯିବ। ଟୀକା ପହଞ୍ଚିବା ପରେ ଅନ୍ୟାନ୍ୟ ଜିଲ୍ଲାରେ ପ୍ରଦାନ କରାଯିବ।

୧୮ରୁ ୪୪ ବର୍ଷର ନାଗରିକଙ୍କ ଟୀକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଘରୋଇ ହସ୍ପିଟାଲରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଟୀକାଦାନ କେନ୍ଦ୍ର ଖୋଲାଯିବ। ଏହିସବୁ କେନ୍ଦ୍ରରେ ମାଗଣାରେ ଟୀକା ପ୍ରଦାନ କରାଯିବ। ତେବେ ଘରୋଇ ହସ୍ପିଟାଲଗୁଡିକ ସର୍ଭିସ୍ ଚାର୍ଜ ବାବଦକୁ ଡୋଜ୍ ପିଛା ୧୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରିପାରିବେ।

No comments: