Thursday 24 June 2021

Devasnana Purnima 2021

 DEVASNANA PURNIMA
25.06.2021 (Thursday)

ସ୍ନାନ ଯାତ୍ରା ଅବସରରେ ମହାପ୍ରଭୁଙ୍କର ଗଜାନନ ବା ହାତୀ ବେଶ ଅନୁଷ୍ଠିତ ହୁଏ । ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀ ବିଗ୍ରହ ମାନଙ୍କୁ ସ୍ନାନ ବେଦୀକୁ ନିଆଯାଏ । ବିଧି ଅନୁଯାୟୀ ସ୍ନାନ ପରେ ଶ୍ରୀ ବିଗ୍ରହ ମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ ଯାହା ହାତୀ ବେଶ ନାମରେ ସୁପରିଚିତ ।




ଶ୍ରୀ ବିଗ୍ରହ ମାନେ ସ୍ନାନ ବେଦୀରେ ବିଜେ ହେବା ପରେ ସୁନା ଗୋସାଇଁ ଓ ମୁଦିରସ୍ତ ମା ଶୀତଳା ମନ୍ଦିର ନିକଟସ୍ଥ ସୁନା କୁଅଁରୁ ୧୦୮ ଗଡ଼ୁ ପାଇଁ ଜଳ ଆଣି ଅଧିବାସ ଘରେ ରଖିଥାନ୍ତି । ଘଟୁଆରି ଘରଠାରୁ ଚନ୍ଦନ, କର୍ପୂର , ଚୁଆ ଆଣି ଜଳରେ ମିଶାଇଥାନ୍ତି । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ୩୫ ଗଡ଼ୁ, ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କୁ ୩୩ ଗଡ଼ୁ..



ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି। ସର୍ବପ୍ରଥମେ ମଙ୍ଗଳାର୍ପଣ, ଡୋରଲାଗି ଓ ପୁଷ୍ପାଞ୍ଜଳି ହେବା ପରେ ଶ୍ରୀ ବିଗ୍ରହ ମାନଙ୍କର ପହଣ୍ଡି ଆରମ୍ଭ ହୋଇଥାଏ । ରତ୍ନବେଦୀରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ସାତ ପାହାଚ ଦେଇ ସ୍ନାନ ବେଦୀରେ ବିଜେ କରାଯାଏ ।




ମହାପ୍ରଭୁଙ୍କ ତଡ଼ପ ଲାଗି



ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂରତି


ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ସ୍ନାନ ଯାତ୍ରା ନିମନ୍ତେ, ସ୍ନାନ ମଣ୍ଡପ ଠାରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।



Photo Source : SJTA_twitter

No comments: