Saturday 5 June 2021

ସଡକ ଦୂର୍ଘଟଣାରେ ସଚିବାଳୟ ଏଏସ୍ଓ ଗୁରୁତର ଆହତ

ଆଜି ସକାଳ ପ୍ରାୟ ୧୦.୧୫ ଘଟିକାରେ ପାଓ୍ଵାର ହାଉସ ଛକ ନିକଟରେ ରାଜ୍ଯ ସଚିବାଳୟର ନିର୍ମାଣ ବିଭାଗରେ କାର୍ଯ୍ୟରତ ସହାୟକ ଉପବିଭାଗ ଅଧିକାରୀ (ଏଏସ୍ଓ) ଶ୍ରୀ ବିଶ୍ୱଜିତ ସାମଲ ଏକ ସଡକ ଦୂର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଶ୍ରୀ ସାମଲ ଭୁବନେଶ୍ୱର ମହାନଗର ନିିିଗମର କୋଭିଡ ଦାୟୀତ୍ୱରେ ଏକ ମାସ ପାଇଁ ନିୟୋଜିତ ଥିଲେ। ସବୁଦିନ ପରି ଆଜି ବାଇକରେ ଅଫିସ ଯିିିିିିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର ସହିତ ଧକ୍କା ହୋଇଥିଲା। ଏଥିରେ ତାଙ୍କର ବାମ ହାତ ଓ ଡାହାଣ ଗୋଡରେ ଗଭୀର ଆଘାତ ଲାଗିଛି। ଉପସ୍ଥିତ ଲୋୋକଙ୍କ କହିବା ଅନୁଯାୟୀ ହେଲମେଟ ପିିିିିିନ୍ଧି ଥିବାାରୁ ଏକ ବହୁମୂଲ୍ଯ ଜୀବନ ବଞ୍ଚି ଗଲା। 


ଆଜି  ସଟଡାଉନ ଥିବାରୁ   ରାଜ୍ଯ ସଚିବାଳୟ, ରାଜ ଭବନ, କ୍ୟାପିଟାଲ ହସ୍ପିଟାଲ, ରେଳ ଷ୍ଟେସନ, ମାର୍କେଟ ବିଲ୍ଡିଂ ତଥା ଏୟାରପୋର୍ଟ କୁ ସଂଯୋଗ କରୁଥିବା ଏହି ବ୍ୟସ୍ତ ବହୁଳ ଛକ ସଂପୂର୍ଣ୍ଣ ଫାଙ୍କା ଥିଲା। ଟ୍ରାଫିକ ସିଗନାଲ ମଧ୍ଯ ବନ୍ଦ ଥିଲା । ଫଳରେ ଦ୍ରୁତ ଗାଡି ଚାଳନା ଯୋଗୁ ଏପରି ଘଟିଥାଇପାରେ  । ଶ୍ରୀ ସାମଲଙ୍କୁ ଆହତ ଅବସ୍ଥାରେ ପିସିଆର ଗାଡିରେ କ୍ୟାପିଟାଲ ହସ୍ପିଟାଲ ନେବା ପରେ, ଏମ୍ସ ହସ୍ପିଟାଲ କୁ ସ୍ତାନାନ୍ତର କରାଯାଇଛି। 
ତାଙ୍କର ଆଶୁ ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା। 

2 comments:

Unknown said...

Pray for his early recovery.

Unknown said...

Get well soon bro..We pray before God for you speedy recovery.