Monday 11 October 2021

Who will conduct Secretariat ASO Examination ? OPSC or OSSC

ରାଜ୍ୟ ସଚିବାଳୟ ର ଏଏସ୍ଓ ପଦବୀ ପାଇଁ ଏବେ ସମସ୍ତେ ଏକ ପ୍ରକାର ବ୍ୟଗ୍ରତା ଭିତରେ ଥିବା ବେଳେ କିଛି କିଛି ରୋଚକ ଖବର ଆଶାୟୀ ପରୀକ୍ଷାର୍ଥୀ ମାନଙ୍କୁ ହତୋତ୍ସାହିତ କରୁଛି। 
ନିକଟରେ କିଛି ଗୁଜବ ଭାଇରାଲ ହେଉଛି ଯେ, OPSC  ଆଉ ASO  ପରୀକ୍ଷା କରିବ ନାହିଁ। ଏହା ୪୨୦୦ ଗ୍ରେଡ ପେ ହୋଇଥିବାରୁ,  OSSC  ପରୀକ୍ଷା ପରିଚାଳନା କରିବ। ଏଥିପାଇଁ କୁଆଡେ OPSC,  Home Department  କୁ ଚିଠି କରିଛି। 
ଉପରୋକ୍ତ ପ୍ରସଙ୍ଗରେ, ଆଲୋଚନା ପୂର୍ବକ ସମସ୍ତେ ଜାଣିବା ଦରକାର ଯେ, ରାଜ୍ୟ ସରକାର ଙ୍କ ବିଭିନ୍ନ ପଦବୀ ପୂରଣ ପାଇଁ ମୁଖ୍ୟତଃ ୩ଟି ସଂସ୍ଥା କାର୍ଯ୍ୟ କରୁଛି। ଯଥା  OPSC, OSSC, OSSSC । ସବୁ ସଂସ୍ଥାକୁ ଆବଣ୍ଟନ କରାଯାଇଥିବା ପଦବୀ ଗୁଡିକ ମଧ୍ଯ ସ୍ଥିରୀକୃତ। ଯଥା -
OPSC : Group-B Gazetted (GP ₹4600 and above) & Group-A
OSSC (State Cadre) : Group-B Non Gazetted (GP ₹4200) & Group-C
OSSSC (District Cadre) : Group-B Non Gazetted (GP ₹4200) & Group-C

As the post of Assistant Section Officer is Group-B Non Gazetted, hence a general citizen can think of its recruitment by OSSC. But from the beginning, this post is being conducted by OPSC. We can't describe the post of ASO as a fully State Cadre as this Officers have workplace only in Bhubaneswar but not throughout the State. It has also another special feature that, Contractual appointment Rule, 2013 is not applicable to ASO post along with other four types of posts. (View those five posts) ତେଣୁ ଗୋଟିଏ ଧାଡିରେ କହିବାକୁ ଗଲେ, ଏଏସ୍ଓ ପଦବୀର ଏକ ସ୍ୱତନ୍ତ୍ରତା ରହିଛି। ଅପରପକ୍ଷରେ ସରକାର ଆବଶ୍ଯକତା ଅନୁଯାୟୀ, କିଛି କିଛି କ୍ଷେତ୍ରରେ ନିଜର କ୍ଷମତା ବଳରେ ନିଜ ଦ୍ବାରା ପ୍ରସ୍ତୁତ ନିର୍ଦ୍ଦେଶାବଳୀ ଅଥବା ନିୟମର ପରିବର୍ତ୍ତନ କରିଥାନ୍ତି। ବର୍ତ୍ତମାନ ର ଗୁଜବ ଅନୁସାରେ,  OPSC  ଏକ ଚିଠି ଦ୍ୱାରା ଏଏସ୍ଓ ପରୀକ୍ଷା କରିବା ପାଇଁ ନିଜର ଅନିଚ୍ଛା ପ୍ରକାଶ କରିଛି। କିନ୍ତୁ ଯଦି ପ୍ରଶାସନିକ ବିଭାଗ ତରଫରୁ ଏହାର ବିଭାଗୀୟ ମୁଖ୍ଯ କାର୍ଯ୍ୟାଳୟ କୁ ନିର୍ଦ୍ଦେଶ ଯାଏ, ତେବେ ସେମାନେ ପାଳନ କରିବାକୁ ବାଧ୍ଯ। 
ଯଦି OPSC  ର  Limits and Function କୁ ଦେଖାଯାଏ, ଗତ ୨୦୧୪ ରେ ଏହାର ସଂଶୋଧନ ହୋଇଥିଲା। କେବଳ ଗ୍ରୁପ-ବି ର ଗ୍ରେଡ ପେ ୪୬୦୦ ଓ  ତଦ୍ଦୁର୍ଧ ତଥା ଗ୍ରୁପ-ଏ ର ସମସ୍ତ ପଦବୀ ନିିିିିଯକ୍ତି ପାଇଁ OPSC  କୁ ଦାୟୀତ୍ୱ ଦିଆଯାଇଛି।



କିନ୍ତୁ ଆମେ ଦେଖିଛନ୍ତି, ୨୦୧୪ ପରଠାରୁ ୩ଟି ନିଯୁକ୍ତି କରାଯାଇ ୨୦୧୬ ରେ ୮୧୧ ତଥା ୧୩୯ ଏବଂ ୨୦୧୯ ରେ ୫୦୦ ଏଏସ୍ଓ ଙ୍କୁ ସଚିବାଳୟ ରେ ଅବସ୍ଥାପିତ କରାଯାଇଛି। ତେଣୁ ସରକାର ଯେତେବେଳେ ଯେଉଁ ଅନୁଷ୍ଠାନ କୁ ଯେଉଁ ଦାୟିତ୍ୱ ଦେବେ, ତାହା ସେମାନେ କରବାକୁ ବାଧ୍ଯ। ନିକଟରେ ଆମେ ଦେଖିଛେ, ଦୀର୍ଘ ବର୍ଷ ଧରି ପୋଲିସ ସବଇନ୍ସପେକ୍ଟର ପରୀକ୍ଷା OSSC  କରିଆସୁଥିବା ବେଳେ, ଚଳିତ ବର୍ଷ State Police Board  କୁ ଏହି ଦାଯିତ୍ବ ଦିଆଯାଇଛି। 

କିନ୍ତୁ ହଁ, ଏଏସ୍ଓ ପରୀକ୍ଷା କିଏ ପରିଚାଳନା କରିବ ତାହା ପାଇଁ ଆଜିର ଆଶାୟୀ ପରୀକ୍ଷାର୍ଥୀ ବିଚଳିତ ହେବାର କୌଣସି କାରଣ ନାହିଁ। କେବଳ ସେମାନଙ୍କ ଆଶଙ୍କା ଯେ, କାଳେ OSSC ନିଯୁକ୍ତି କରାଇଲେ, ଚାକିରୀ ଠିକା ନିଯୁକ୍ତି ୨୦୧୩ ନିୟମ ଅନୁଯାୟୀ କମ୍ ଦରମା ମିଳିବ। ଏ ବିଷୟରେ କିଛି ଦ୍ୱନ୍ଦ୍ୱ ଦୂର କରିବାକୁ ଯାଉଛି। 

- ଏଏସ୍ଓ ପଦବୀ ରାଜ୍ଯ ସଚିବାଳୟ ସେବା (OSS) କ୍ୟାଡରଭୁକ୍ତ ମୂଳ ବଦବୀ (Base Level Post) ଅଟେ। ଏ ସଂପୂର୍ଣ କ୍ୟାଡର ର ରୂପରେଖ କଣ ହେବ, ନିଯୁକ୍ତି କେମିତି ହେବ, ପଦୋନ୍ନତି କଣ ହେବ, କେତେ ଦରମା ପାଇବେ, କାର୍ଯ୍ୟର ପରିସୀମା କଣ ରହିବ ଏ ସବୁ Odisha Secretariat Service (Method of Recruitment and Conditions of Service) Rules 2016 ରେ ଉଲ୍ଲେଖ ଅଛି। ତଦ୍ ସହିତ ସରକାର ଆବଶ୍ଯକ ଅନୁଯାୟୀ ସଂଶୋଧନ (Amendment) ମଧ୍ଯ କରୁଛନ୍ତି। 
- ଯେହେତୁ, ସ୍ୱରାଷ୍ଟ୍ର ବିଭାଗ ତରଫରୁ ୭୯୬ ଏସ୍ ପଦବୀ ପୂରଣ ପାଇଁ  OPSC କୁ ଚିଠି କରିସାରିଛନ୍ତି, ସଂପୂର୍ଣ୍ଣ ପ୍ରକ୍ରିୟା ଉପରୋକ୍ତ କ୍ୟାଡର ନିୟମ ଅନୁଯାୟୀ ହେବ। 
- ଇତିମଧ୍ୟରେ ଯଦି  OPSC  ନିଜର ଅସୁବିଧା ଦର୍ଶାଇ ନିର୍ଧାରିତ ୬ ମାସ ମଧ୍ଯ ରେ ନିଯୁକ୍ତି ପାଇଁ ଅକ୍ଷମତା ପ୍ରକାଶ କରିବା ଖବର ସତ୍ଯ ବୋଲି ଆଶଙ୍କା କରାଯାଏ, ତେବେ ପରବର୍ତ୍ତୀ ସ୍ତରରେ ସରକାର ଙ୍କ ନିଷ୍ପତ୍ତି କଣ ହେବ ତାହା ଆଲୋଚ୍ୟ ର ବିଷୟ। ଏଥିପାଇଁ ପ୍ରଥମେ କ୍ୟାଡର ନିୟମ ସଂଶୋଧନ ପାଇଁ ରାଜ୍ଯ କ୍ୟାବିନେଟର ଅନୁମୋଦନ ଆବଶ୍ଯକ, ଯାହାକି ଏ ପର୍ୟ୍ଯନ୍ତ ହୋଇନାହିଁ। ଏଏସ୍ଓ ପଦବୀ ଠିକା ନିୟମ ଅନ୍ତର୍ଗତ କରବାକୁ ଯୋଜନା ଥିଲେ, ତାକୁ ମଧ୍ଯ ସଂଶୋଧନ ପାଇଁ କ୍ଯାବିନେଟର ଅନୁମୋଦନ ଦରକାର। ତାପରେ ହିଁ ସବୁକିଛି ବଦଳିବାର ଆଶଙ୍କା କରାଯାଇପାରେ। କିନ୍ତୁ ଏ ପର୍ୟ୍ଯନ୍ତ ସେମିତି କିଛି ବି ହୋଇନାହିଁ। 
- ଠିକା ନିଯୁକ୍ତି ର ବ୍ୟତିକ୍ରମ (Exception) ଭାବେ ଯେଉଁ ୫ଟି ପଦବୀ ଅଛି, ତନ୍ମଧ୍ଯସ୍ଥ ହାଇକୋର୍ଟ ଏଏସ୍ଓ ପରୀକ୍ଷା ପ୍ରକ୍ରିୟା ଏବେ ଚାଲୁ ରହିଛି। ତେଣୁ ସଚିବାଳୟ ଏଏସ୍ଓ ପରୀକ୍ଷାରେ ସେମିତି କିଛି ବ୍ୟତିକ୍ରମ ଆଶା କରାଯାଇ ନପାରେ। 
- ଯଦି ବି କିଛି ଭବିଷ୍ଯତ ରେ ହୁଏ, ତାକୁ ବାଧା ଦେବା ପାଇଁ ସାଧାରଣ ପରୀକ୍ଷାର୍ଥୀ କିଛି କରିପାରିବେ ନାହିଁ। ତେଣୁ ତା ବିଷୟରେ ସେମାନେ ଆଲୋଚନା ଜାରି ରଖି ନିଜର ପ୍ରସ୍ତୁତିରେ ଅବହେଳା କରିବା ଉଚିତ ନୁହେଁ। 
- ଅପରପକ୍ଷରେ, ବର୍ତ୍ତମାନ ସଚିବାଳୟ ସେବା ରେ ଥିବା ଅଧିକାରୀ ତଥା ଏହାର ସେବା ସଂଘ ଏହା ଉପରେ ନଜର ରଖିଛନ୍ତି। ସବୁ ମହଲରେ କେବଳ ଗୋଟିଏ ପ୍ରସ୍ତାବ ଅଛି ଯେ, ବରଂ OPSC  ଏଏସ୍ଓ ପରୀକ୍ଷା ର Syllabus ତଥା Examination Pattern ସଂଶୋଧନ ପାଇଁ ପଦକ୍ଷେପ ନେଉ କିନ୍ତୁ ଅନ୍ୟ ଅନୁଷ୍ଠାନ ଦ୍ବାରା ଏହି ପରୀକ୍ଷା ନ ହେଉ।  ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଭଳି ଟିକେ ଜଟିଳ ହେଲେ ମଧ୍ଯ, ପରୀକ୍ଷାର୍ଥୀମାନେ ଏହାକୁ ଚ୍ୟାଲେଞ୍ଜ ହିସାବରେ ନେବାପାଇଁ ପ୍ରସ୍ତୁତ। ହେଲେ ଏହି ଚାକିରୀର ମର୍ଯ୍ୟାଦା ରହୁ। ନଚେତ୍ ରାଜ୍ଯ ର ଶାସନ ଖସଡା ପ୍ରସ୍ତୁତିର ଏକ ମୁଖ୍ଯ ଭାଗ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଓଡିଶା ସଚିବାଳୟ ସେବାର ଅଧିକାରୀ  ରାଜଧାନୀ ରେ ରହି ନିଜର ପରିବାର ଭରଣ ପୋଷଣ କରିବା ଅସମ୍ଭବ ହୋଇପଡିବା। 
- ଗତଥର ତହସିଲ - ସଚିବାଳୟ ସମାନ ଆଲେଖ୍ୟ ରେ ବିଭିନ୍ନ ଦିଗରୁ ଆଲୋଚନା କରାଯାଇଥିଲା। ପୁଣି ଥରେ ମୁଁ କହିରଖେ, ନିଜେ ଜଣେ ସଚିବାଳୟ ଅଧିକାରୀ ଭାବେ ଏହି ଚାକିରୀର ଗୁରତ୍ୱ ତଥା ଦାୟିତ୍ୱ ବେଶ ଉଚ୍ଚକୋଟୀର ବୋଲି ଅନୁଭବ କରେ। ତେଣୁ ସେହି ଅନୁସାରେ ଏହାର ସମସ୍ତ ଦିଗ ଯଥା ଯୋଗ୍ୟତା, ନିଯୁକ୍ତି ପ୍ରକ୍ରିୟା, କାର୍ୟ୍ଯ ପରିବେଶ, ଭବିଷ୍ଯତ, ବେତନ, ପଦୋନ୍ନତି ସୁଯୋଗ ଏବଂ ପଦବୀର ମର୍ଯ୍ୟାଦା ଉଚ୍ଚକୋଟୀର ହେଉ। ଫଳରେ ବହୁତ ଉଚ୍ଚଶିକ୍ଷିତ ଏଠାକୁ ଆସିବେ। ପ୍ରଶାସନ ସୁଦକ୍ଷ ହୋଇପାରିବ। ଜନସାଧାରଣଙ୍କୁ ଉପଯୁକ୍ତ ସେବା ମିଳିପାରିବ। ଆଶାୟୀ ପରୀକ୍ଷାର୍ଥୀ ନିଜକୁ ସେହି ଅନୁଯାୟୀ ପ୍ରସ୍ତୁତ କରିବେ। 

# Disclaimer : The opinion in this article is fully personal and all readers are requested to consider it as information purpose only. We have no intention to comment or suggest on any decision of Government.