Tuesday 12 October 2021

Enhancement of Government Contribution (NPS) from 10% to 14%


- ଗତ ୧୧.୧୦.୨୦୨୧ ଦିନ ରାଜ୍ଯ କ୍ୟାବିନେଟ ନିଷ୍ପତ୍ତି ଅନୁସାରେ, ନୂତନ ପେନସନ ଆକାଉଣ୍ଟରେ କର୍ମଚାରୀ ଦରମାର ୧୦% ଜମା ହେଉଥିବା ବେଳେ, ରାଜ୍ୟ ସରକାର କିନ୍ତୁ ପୂର୍ବରୁ ପ୍ରଦାନ କରୁଥିବା ୧୦% ବଦଳରେ ଏବେ ୧୪% ପ୍ରଦାନ କରିବେ। ଏହା ୦୧.୦୪.୨୦୧୯ ରୁ ଲାଗୁ  ହେବ। 

- ସପ୍ତମ ବେତନ କମିଶନ ସୁପାରିଶ ଅନୁଯାୟୀ ରାଜ୍ଯ ସରକାରୀ କର୍ମଚାରୀଙ୍କ ପ୍ରାପ୍ଯ ବେତନର ୫୦% ଦୁଇଟି ପର୍ଯ୍ୟାୟରେ (୪୦% +୧୦%) ପ୍ରଦାନ କରାଯାଇ ଥିବା ବେଳେ, ଆଉ ୫୦% ବକେୟା ଅଛି।  କିନ୍ତୁ ବକେୟା ରାଶିର ୧୦% NPS  ଆକାଉଣ୍ଟ ରେ ଜମା ହେବା କଥା। ଯଦିଓ ଏହି ୫୦% ବକେୟା ଏବେ କର୍ମଚାରୀ ମାନଙ୍କୁ ପ୍ରଦାନ କରିବାର ଯୋଜନା ନାହିଁ, କିନ୍ତୁ ଏହାର ୧୦% ଜମା ନହେବା ଫଳରେ ସରକାରଙ୍କ ୧୦% ମଧ୍ଯ ଜମା ହେଉନଥିଲା। ଗତ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ୫୦% ବକେୟା ରାଶିର ୧୦% ଉଠାଣ କରାଯାଇ  NPS account ରେ ଜମା କରାଯିବ। 
(28581 Dt.11.10.2021) 

- ସେହିପରି, NPS  ଅନ୍ତର୍ଭୁକ୍ତ କର୍ମଚାରୀ ମାନଙ୍କ ଚାକିରୀ କାଳ ମଧ୍ୟରେ ଅକାଳ ବିୟୋଗ ହେଲେ ସେମାନଙ୍କ ପରିବାରକୁ କୌଣସି ପେନସନ ମିଳିବାର ପ୍ରାବଧାନ ନଥିଲା। ଗତ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ କର୍ମଚାରୀ ନିଜର ସ୍ୱୀକାରୋକ୍ତି ଦେଲେ, ସେମାନଙ୍କର ପରିବାରକୁ ଫାମିଲି ପେନସନ ମିଳିବ। 

Odisha Civil Services (Pension) Amendment Rules, 2021

(28746 Dt.11.10.2021) 


No comments: