Wednesday 13 October 2021

Contractual Appointment : Change in Designation & Salary

ଗତ ୧୧.୧୦.୨୦୨୧ ଦିନ ରାଜ୍ଯ କ୍ୟାବିନେଟ ଠିକା କର୍ମଚାରୀ ମାନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଉଭୟ ପଦବୀ ନାମକରଣ (Designation) ଓ ମାସିକ ଦେୟ (Remuneration) ରେ ପରିବର୍ତ୍ତନ ଆଣିଛନ୍ତି। ଏଥିସହିତ, ପୂର୍ବରୁ କୌଣସି ଭତ୍ତା (Allowance) ମିଳୁନଥିବା ବେଳେ ଏବେ ଡାକ୍ତର - ଔଷଧ ଖର୍ଚ୍ଚ (RCM) ମିଳିବାର ପ୍ରାବଧାନ ରଖାଯାଇଛି। କିନ୍ତୁ ଏହା କେବେଠାରୁ ଲାଗୁ ହେବ ସେ ନେଇ ସାଧାରଣ ପ୍ରଶାସନ ବିଭାଗ,  Contractual Appointment Rules 2013 ରେ ସଂଶୋଧନ ଆଣିବା ପରେ ଜଣାପଡିବ। 

ଏଠାରେ ସୂଚନାଯୋଗ୍ୟ ଯେ, ନିର୍ଦ୍ଦିଷ୍ଟ ୫ଟି ପଦବୀକୁ ଛାଡିଦେଲେ, ସମସ୍ତ ଗ୍ରୁପ-ବି ପଦବୀରେ ତା ୧୭.୦୧.୨୦୧୪ରିଖଠାରୁ ଏବଂ ଗ୍ରୁପ-ସି ଓ ଗ୍ରୁପ-ଡି ପଦବୀରେ ତା୧୨.୧୧.୨୦୧୩ରିଖ ଠାରୁ Contractual Appointment Rules, 2013 ଅନୁଯାୟୀ ପରିଚାଳନା କରାଯାଉଛି। 

ଉପରୋକ୍ତ ନିଷ୍ପତ୍ତି ସମ୍ବନ୍ଧରେ ବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା। 

1) ପଦବୀ ନାମକରଣ (Designation)

ପୂର୍ବରୁ Contractual Employees କୁହାଯାଉଥିଲା ବେଳେ, ଏବେ ଏହାକୁ Initial Appointees କୁହାଯିବ। 

2)  ମାସିକ ପାରିଶ୍ରମିକ (Monthly Remuneration) 


3)  ଭତ୍ତା (Allowance) 

ପୂର୍ବରୁ କୌଣସି ଭତ୍ତା (Allowance)ର ପ୍ରାବଧାନ  ନଥିବା ବେଳେ ଏବେ ନିଜର ତଥା ପରିବାରର କେହି ଅସୁସ୍ଥ ହେଲେ, ଡାକ୍ତରୀ ଔଷଧ ଖର୍ଚ୍ଚ   (RCM) ପାଇପାରିବେ। 

Reference




1 comment:

Unknown said...

Sir notification kebe asiba.