Wednesday 6 October 2021

ସଚିବାଳୟରେ ଚାକିରୀ ର ୫ ବର୍ଷ ପୂର୍ତ୍ତି : Happy Congratulations to 2016 Batch OSS Officers

୬ ଅକ୍ଟୋବର, ୨୦୧୬
ସ୍ଥାନ - ରବିନ୍ଦ୍ର ମଣ୍ଡପ, ଭୁବନେଶ୍ୱର
-----
ନବନିଯୁକ୍ତ ୮୧୧ ସହାୟକ ଉପବିଭାଗ ଅଧିକାରୀ ମାନଙ୍କ ପାଇଁ ଆଲୋଚନା ଶିବିର ର ଆୟୋଜନ ହୋଇଥାଏ। ଦୀର୍ଘ ୨୦ ବର୍ଷ ପରେ କିଛି ନୂଆ ସଦସ୍ଯ ସଚିବାଳୟ ରେ ଯୋଗ ଦେବାକୁ ଯାଉଥିବାରୁ ସମସ୍ତେ ବେଶ ଉତ୍ସାହିତ ଥିଲେ। ଏହି ପରୀକ୍ଷା ଦୀର୍ଘ ୪ ବର୍ଷ ଧରି ଅଦାଲତ ମାମଲାରେ ଛନ୍ଦି ହୋଇ ରହିଥିଲା। ତେଣୁ ଏଥିପାଇଁ ଆବେଦନ କରିଥିବା ପିଲାମାନେ ଏତେ ସ୍ପ୍ରୁହା ରଖିନଥିଲେ । ଆଶା ମଧ୍ଯ ନଥିଲା। ପ୍ରାଯତଃ ୨୦୦୮ ରେ ସଫ୍ଟୱେୟାର୍ ଦୁନିଆରେ କ୍ରାଇସିସ୍ ଚାଲିବାରୁ ୨୦୧୧ ବେଳକୁ ଅନେକ ପିଲା ନିଜର ବିକଳ୍ପ ଖୋଜି ନେଇଥିଲେ। ବିଶେଷତଃ ଏହି ପରୀକ୍ଷା ପାଇଁ ଅଧିକ ବୟସର ପିଲାମାନଙ୍କୁ ବୟସ କୋହଳ କରି ସୁଯୋଗ ଦିଆଯାଇଥିବା ରୁ ପ୍ରାୟ ସବୁ କ୍ଷେତ୍ର ରେ ଚାକିରୀ କରି ମଧ୍ଯ ପିଲାମାନେ ସୁଯୋଗ ପାଇଥିଲେ। କିନ୍ତୁ ହଁ , ମୋତେ ଲାଗେ ଏହି ବ୍ୟାଚରେ ସମସ୍ତେ Efficient, Experienced, Energetic ଓ Extra qualification ର ଅଧିକାରୀ ଥିଲେ। ସେଥିପାଇଁ କାର୍ଯ୍ୟ ରେ ଯୋଗଦେଲା ପରେ ସମସ୍ତେ ନିଜ ନିଜ ଉପବିଭାଗ ରେ ବେଶ ସହଜରେ ସବୁ କାମ ଠିକ ସମୟରେ ସରକାରଙ୍କୁ ଦେଇପାରିଲେ। ନିଜ ଯୋଗ୍ୟତାର ମାପକାଠି ନିଜ କାମରେ ଦେଖାଇ ପାରିଥିଲେ। ସମସ୍ତେ ନିଜ ନିଜର ପୂର୍ବରୁ ଥିବା ଚାକିରୀ ର ଅଭିଜ୍ଞତା ଉପଯୋଗ କରିପାରିଲେ। ଏ ସବୁ ପ୍ରକାର କାମରେ ସନ୍ତୁଷ୍ଟ ହୋଇ ବୋଧହୁଏ ତଦକାଳୀନ ମୁଖ୍ଯ ଶାସନ ସଚିବ ଏଏସ୍ଓ ମାନଙ୍କ କ୍ଷମତା ବଢାଇ ସିଧାସଳଖ ଉପଶାସନ ସଚିବଙ୍କୁ ଫାଇଲ ଦେବା ପାଇଁ ସବୁ ବିଭାଗକୁ ଚିଠି କରିଥିଲେ।ସଚିବାଳୟ ର ପରିବେଶ ମଧ୍ଯ ବେଶ ବଦଳିଯାଇଛି। ଏମାନେ ସରକାରଙ୍କ ୫ଟି ଆଭିମୁଖ୍ୟକୁ ପାଳନ କରିବାରେ ବେଶ ସହାୟତା ଦେଉଛନ୍ତି। ଚିରାଚରିତ ଫାଇଲ କାମ ନକରି  OSWAS  ବ୍ଯବହାର ଦ୍ୱାରା ଇ-ଫାଇଲରେ କମ ସମୟରେ ସହଜରେ କାମ କରି ପାରୁଛନ୍ତି। 
କୁହାଯାଏ, ସବୁ କର୍ମ ର ଫଳ ବି ଅଛି। ସେଥିପାଇଁ ବୋଧହୁଏ ଭଗବାନ ମଧ୍ଯ ସନ୍ତୁଷ୍ଟ ହୋଇ ଏହି ବ୍ୟାଚର  ୫୬୭ ଜଣକୁ (୫୩୩+୧୧+୧୨+୧୧) ଗତ ମାସରେ ଉପବିଭାଗ ଅଧିକାରୀ ପଦବୀକୁ ପଦୋନ୍ନତି ଦେଇଛନ୍ତି। ତାହା ପୁଣି ମାତ୍ର ୫ ବର୍ଷ ଚାକିରୀ ରେ। ଏହା ମଧ୍ଯ ଏକ ବିରାଟ ଉପଲବ୍ଧି। ଆଉ ମାତ୍ର ୧୧୧ ଜଣ ଏଏସ୍ଓ ପଦୋନ୍ନତି ଅପେକ୍ଷାରେ ଅଛନ୍ତି। ସେହିପରି ନିଜର ପରିଶ୍ରମ ଓ ଜ୍ଞାନ ଯୋଗୁଁ, ବଳକା ୧୩୩ ଜଣ ମଧ୍ଯରୁ ଅନେକ ଚାକିରୀ ଛାଡି ଉଚ୍ଚ ପଦବୀରେ ଯୋଗ ଦେଇଛନ୍ତି କିମ୍ବା ଆରମ୍ଭରୁ ଏହି ଚାକିରୀ ରେ ଯୋଗ ଦେଇନାହାନ୍ତି। 

(As on 01.10.2021)

ଏହି ୫ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ୨୦୧୬ ବ୍ୟାଚ ବନ୍ଧୁ ମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆଶା କରେ ଆହୁରି ଭଲରେ କାମ କରି ସରକାରଙ୍କ ଆମ ପ୍ରତି ଥିବା ଭରସାକୁ ବଜାୟ ରଖିବା ଏବଂ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିବା। 

No comments: