Monday 25 October 2021

ପାକିସ୍ଥାନ ତ ଜିତିଗଲା, ଏବେ ପୁଣି ପାଠ ପଢିବା.....

ସମସ୍ତ ପାଠକ ମାନଙ୍କୁ ସ୍ୱାଗତ। ବିଗତ ପୋଷ୍ଟ ମାନଙ୍କରେ ନିଜ ଦ୍ୱାରା ପ୍ରସ୍ତୁତ ASO Preparation Strategy for 60 Days  ମାଧ୍ୟମରେ କିଛି ମାତ୍ରାରେ ଆପଣମାନଙ୍କ ସହିତ ଯୋଡି ହେବାକୁ ଚେଷ୍ଟା କରିଛି। ଆଶା କରୁଛି କିଛି ମାତ୍ରାରେ ଆପଣମାନେ ଅନୁସରଣ କରୁଥିବେ। ଏବେ ଏହି ପୋଷ୍ଟ ରେ ଆଉ କିଛି ଲେଖିବାକୁ ଚେଷ୍ଟା କରୁଛି ଯାହାକି ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହେଉଥିବା ପ୍ରାୟ ସମସ୍ତଙ୍କ କାମରେ ଆସିବ। 

ବର୍ତ୍ତମାନ ପରିସ୍ଥିତି ରେ ଛଅ ପ୍ରକାର ପରୀକ୍ଷାର୍ଥୀ ଅଛନ୍ତି। 

୧) ସଂପୂର୍ଣ୍ଣ ନୂଆ : ଏମାନେ କୌଣସି ପରୀକ୍ଷା ଦେଇ ନାହାଁନ୍ତି। ବର୍ଷେ ଦୁଇବର୍ଷ ହେବ ଗ୍ରାଜୁଏସନ ସରଛି। ସିଧାସଳଖ ଏଏସ୍ଓ କିମ୍ବା ଅନ୍ୟ ପରୀକ୍ଷା ରୁ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏମାନେ ୨୨-୨୫ ବର୍ଷ ଗୋଷ୍ଠୀର। 

୨) ଅଧା ବାଟରେ : ଏମାନେ ଗୋଟେ ଦୁଇଟା ପରୀକ୍ଷା ଦେଇ ବିଫଳ ହେଇଛନ୍ତି କିନ୍ତୁ ଆଗାମୀ ପରୀକ୍ଷା ପାଇଁ ଫୁଲ ଦମ୍ ରେ ଲାଗି ପଡିଛନ୍ତି। ସିଲାବସ ଅଧା ସରିଛି। କିନ୍ତୁ ମଝିରେ ମଝିରେ ଟିକେ ବୁଲାବୁଲି ହେଉଛି, କ୍ରିକେଟ ଦେଖା ହଉଛି ଇତ୍ୟାଦି। ପରିବାର ତରଫରୁ ଝଟକା ଖାଇଲେ, ପୁଣି ଟିକେ ପଢା ପ୍ରତି ନଜର ଆସୁଛି। ଏମାନେ ସେଇ ୨୪-୨୮ ବର୍ଷ ଗୋଷ୍ଠୀର। 

୩) ଅଭିଜ୍ଞ କିନ୍ତୁୁ ସଫଳତା ଅପେକ୍ଷାରେ : ଏମାନେ ପ୍ରାୟ ୨୮-୩୪ ବର୍ଷ ଗୋଷ୍ଠୀର। ଏମାନେ ଅନେକ ପରୀକ୍ଷା ଦେଇଛନ୍ତି। କେଉଁଠି ପ୍ରିଲିମ ତ କେଉଁଠି ମେନ ପରୀକ୍ଷା ରୁ ଅଟକିଛନ୍ତି। ଏମାନେ ସବୁ ବହି, ସବୁ କୌଶଳ ଜାଣିଛନ୍ତି କିନ୍ତୁ କିଛି ଯାଗାରେ ଦୂର୍ବଳ ହେତୁ ଫାଇନାଲ ଲିଷ୍ଟରେ ରହି ପାରୁନାହାନ୍ତି। 

୪) ବିନା ପରିଶ୍ରମରେ ମହୁ ଖାଇବାକୁ ଇଛା : ଏହି ଗୋଷ୍ଠୀର ଅନେକ ପିଲା ଅଛନ୍ତି ଯେଉଁ ମାନେ ନିୟମିତ ଭାବରେ ସବୁ ପରୀକ୍ଷା ଦିଅନ୍ତି ନାହିଁ କିନ୍ତୁ ଏଏସ୍ଓ ଭଳି ଗୋଟିଏ ସ୍ତରରେ ପାସ୍ ହେବାକୁ ଇଛା ରଖନ୍ତି। ପରୀକ୍ଷା ପାଇଁ ବିଜ୍ଞାପନ ବାହାରିଲା ପରେ ଯାଇ, ଏମାନେ ମୁଣ୍ଡ ଟେକିବେ। ବଜାର ରୁ ଗୋଟିଏ ଦୁଇଟା ମାଟେରିଆଲ୍ କିଣି ସିଧା ଯାଇ ପରୀକ୍ଷା ହଲରେ ହାଜର ହେବେ। ଏମାନେ ମାସେ ଦୁଇ ମାସରେ ଥରେ ଥରେ ପଚାରନ୍ତି, ଆରେ ସେ ଏଏସ୍ଓ ବାହାରିବ କହିଥଲୁ, କେବେ ବାହାରିବ? ଏମାନେ ହେଲେ ପ୍ରାୟତଃ ମଧ୍ୟମ ବେତନଭୋଗୀ ସରକାରୀ ଚାକିରିଆ / କିମ୍ବା ବେସରକାରୀ କର୍ମ କରୁଥିବା ବ୍ଯକ୍ତିଙ୍କ ଗ୍ରୁହିଣୀ/ସ୍ତ୍ରୀ ତଥା ଛୋଟ ମୋଟ କାମ କରି ଅଳ୍ପରେ ସନ୍ତୁଷ୍ଟ ଏବଂ ଘର ପାଖରେ ରହି ଯାହାକିଛି କରିବାର ମୋହରଖିଥିବା  ପୁଅପିଲା। 

୫) ମେରି ବଳଦ  : ଏମାନେ ଥିଲାବାଲା ଘରର ପିଲା। ଚାକିରୀ ଓ ପାଠ ଠାରୁ ବହୁତ ଦୂରରେ। କିଏ କେଉଁ କମ୍ପାନୀ କିମ୍ବା ନିଜ ସଂସ୍ଥାରେ କାମ କରନ୍ତି। ଏମାନେ କୁହନ୍ତି, ସରକାରୀ ଚାକିରୀ ଇଛା ନାହିଁ। କିନ୍ତୁ ଏହାର ମହତ୍ୱ ଜାଣିଥିବା ବାପା ମା କିମ୍ବା ବନ୍ଧୁ ବାନ୍ଧବ ଏମାନଙ୍କ ପାଇଁ ଫର୍ମ ଭରନ୍ତି । ଯେ କୌଣସି କୋଚିଙ୍ଗ ରେ ଆଡମିସନ କରି ଗୋଟେ ଦୁଇଟା ଟେଷ୍ଟ ଦିଅନ୍ତି। ତାପରେ ନିଜ କାମରେ ବ୍ୟସ୍ତ। କେବଳ ପରୀକ୍ଷା ର ଦିନକ ପୂର୍ବରୁ ଆସି ଏୟାରପୋର୍ଟ ରେ ଓଲ୍ହାନ୍ତି। ସଂଧ୍ଯାରେ ରାଜଧାନୀ ବୁଲାବୁଲି କରି ସକାଳେ ପରୀକ୍ଷା ଦିଅନ୍ତି ଓ ପୁଣି ସଂଧ୍ଯା ଫ୍ଲାଇଟ ରେ ଫେରିଯାଆନ୍ତି। କିନ୍ତୁ ହଁ, ଏମାନଙ୍କ ଟ୍ୟାଲେଣ୍ଟ କୁ ଅଣଦେଖା କରି ହବନି। କିଛି କିଛି ପିଲା ବ୍ୟାଙ୍କ, ସଫ୍ଟୱେୟାର୍ ଚାକିରୀ ରେ ଥାଇ ମଧ୍ଯ ନିଜର ପୂର୍ବ ଜ୍ଞାନ ବଳରେ ଏହି ପରୀକ୍ଷା ଅକ୍ଲେଶ ରେ ଉତ୍ତୀର୍ଣ୍ଣ ହୋଇପାରନ୍ତି। 

୬) ବାହାଦୂରିଆ : ଏମାନେ ଏଏସ୍ଓ ଠାରୁ ଭଲ ଚାକିରୀ ରେ ଅଛନ୍ତି କିନ୍ତୁ ବାହାଦୁରୀ ଦେଖାଇ ବିନା ପ୍ରସ୍ତୁତିରେ ପରୀକ୍ଷା ଦିଅନ୍ତି। ବିଫଳ ହେଲେ କୁହନ୍ତି ବିନା ପଢାରେ ଯେତିକି ରଖିଲି ଯଥେଷ୍ଟ। ଆଉ ସଫଳ ହେଲେ, ସାର୍ଟର ଦୁଇଟି ବୋତାମ ଖୋଲିକି ଚାଲନ୍ତି। କିନ୍ତୁ ଏ ଚାକିରୀ ରେ ଜଏନ୍ ନକରି ଆଉ ଗୋଟିଏ ପିଲାର ଚୟନରେ ବାଧା ଦିଅନ୍ତି। ପୋଷ୍ଟ ଗୋଟିଏ ଖାଲି ପଡେ। 

ଉପରୋକ୍ତ ମଧ୍ଯରୁ, ୧,୨,୩ ଗ୍ରୁପ ର ପିଲା ମାନଙ୍କ ପାଇଁ ବିଶେଷ କରି ଆମର ପ୍ରୟାସ ରହିବ, ସବୁ ପ୍ରକାର ସୂଚନା ଦେବାପାଇଁ। ବାକି ୪,୫,୬ ଗୋଷ୍ଠୀ ର ପିଲାମାନଙ୍କ ପାଇଁ ବ୍ଯବହାର କରାଯାଇଥିବା ବିଶେଷଣ କାହାରି ମନରେ କଷ୍ଟ ଦେବାପାଇଁ ନୁହଁ ବରଂ ସେମାନଙ୍କୁ ଜାଗ୍ରତ କରିବା ଆମ ଉଦ୍ଦେଶ୍ଯ। ଗୋଟିଏ ଧାଡିରେ କହିବାକୁ ଗଲେ ସମସ୍ତେ ଟିକେ ସିରିୟସ  ହୁଅନ୍ତୁ। ଯାହାର ଅନ୍ତର୍ନିହିତ ଦକ୍ଷତା ଅଛି, ସେମାନେ ଅଳ୍ପ ଟିକେ ପରିଶ୍ରମ କରି ପାଇଯିବେ । କିନ୍ତୁ ୧,୨,୩ ଗ୍ରୁପ ପିଲାମାନେ ସଂପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରି ପଢିବାକୁ ପଡିବ। ଏହି ଆଲେଖ୍ୟଟି ବିଶେଷ କରି ସେଇମାନଙ୍କ ପାଇଁ। 

ପ୍ରଶ୍ନବାଣ ( ଚାକିରୀ ପୂର୍ବରୁ ସରକାରୀ ଜ୍ଞାନ) :

ଏବେ ରାଜ୍ଯର ସମସ୍ତ ଏଏସ୍ଓ ଚାକିରୀ ଆଶାୟୀ ଏକ ପ୍ରକାର ଦ୍ୱନ୍ଦ୍ୱ ରେ। ଲଗାତାର ପ୍ରସ୍ତୁତି ଜାରି ରଖିଥିବା ପରୀକ୍ଷାର୍ଥୀ କିଛି ମାତ୍ରା ରେ ପାଠପଢା କମାଇ ଦେଇଥିବା ଅନୁଭବ ହୁଏ। ବିଭିନ୍ନ ପ୍ରକାର ନେଗେଟିଭ ଆଲୋଚନା ଯୋଗୁଁ ମାନସିକ ସ୍ତରରେ ହତୋତ୍ସାହିତ ହେଉଛନ୍ତି। ସମସ୍ତଙ୍କ ମନରେ ଏବେ କେବଳ ପ୍ରଶ୍ନ ପରେ ପ୍ରଶ୍ନ। କିନ୍ତୁ ମୋ ମତରେ ସେ ସବୁ ପ୍ରଶ୍ନ ନୁହେଁ ବରଂ ଏକ ନିଷ୍ପତ୍ତି ରେ ପହଞ୍ଚିବା ପୂର୍ବରୁ କିଛି କିଛି ପ୍ରକ୍ରିୟାର ସ୍ତର। ବଲ୍ ପରେ ବଲ୍ ସ୍କୋର କେତେ ହେଲା କହିବା ଭଳି ସବୁ ଖବର ବାହାରକୁ କୁହାଯାଏ ନାହିଁ। ସବୁର କିଛି ଗୋପନୀୟତା ଥାଏ। ଏଠାରେ ସେହିପରି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରାଯାଇଛି। 

୧) ପରୀକ୍ଷା କେବେ ହେବ? 2021 or 2022

୨) କେତେ ପୋଷ୍ଟ ବାହାରିବ? 210 or 796

୩) ପରୀକ୍ଷା କିଏ କରିବ? OPSC or OSSC

୪) ପରୀକ୍ଷା pattern and Syllabus ବଦଳିବ କି? 

ଏ ଚାରୋଟି ପ୍ରଶ୍ନର କୌଣସି ସଠିକ ଉତ୍ତର ନାହିଁ। ସମସ୍ତେ ଜାଣିଥିବେ, ପ୍ରାୟ ଏକ ବର୍ଷ ଧରି ପଦବୀ ସଂଖ୍ଯା ରେ ପରିବର୍ତ୍ତନ ହେଉଛି। ପ୍ରଥମେ ୧୭୭, ପରେ ୨୧୦ ଆଉ ଏବେ ୭୯୬ । ଏସବୁ ସଂଖ୍ଯା କେହି ମନରୁ କହିନଥିଲେ । ବରଂ ବିଧିବଦ୍ଧ ଭାବେ ସ୍ୱରାଷ୍ଟ୍ର ବିଭାଗ ତରଫରୁ ଓପିଏସସି କୁ ଲେଖାଯାଇଥିଲା। ଦ୍ୱିତୀୟ ରେ ପରୀକ୍ଷା କେବେ ହେବ ତାହା ସବୁଠାରୁ କଠିନ ପ୍ରଶ୍ନ। ବିଭିନ୍ନ ପରିସ୍ଥିତି ତଥା ଆବଶ୍ଯକତା କୁ ଦ୍ରୁଷ୍ଟିରେ ରଖି, ସରକାର ଏହି ନିଷ୍ପତ୍ତି ନିଅନ୍ତି। ତ୍ରୁତୀୟ ପ୍ରଶ୍ନ ଟି ଏବେ ନୂଆ ରୂପେ ମୁଣ୍ଡ ଟେକିଛି। ସବୁକିଛି ଠିକଠାକ ଚାଲିଥିବା ବେଳେ, ଓପିଏସସି ତରଫରୁ ପରୀକ୍ଷା ନକରିବା ପାଇଁ ଏମିତି ଏକ ଚିଠି ଆସିଥିବାର ଖବର ସାରା ରାଜ୍ଯ ରେ ଆଲୋଡନ ସ୍ରୁଷ୍ଟି କରିଛି। ଇତିମଧ୍ୟରେ ଆଉ ଏକ ପ୍ରଶ୍ନ ଆଗାମୀ ଦିନରେ ଯୋଡି ହେବାର ଆଶା କରାଯାଏ। ତାହା ହେଲା ସିଲାବସ ଓ ପରୀକ୍ଷା ଶୈଳୀ। ତେଣୁ ସମୟ ଉପରେ ନିର୍ଭର କରେ। 

ମୁଁ କହିରଖେ, ଏଏସ୍ଓ  କେବଳ ମାତ୍ର ଭଲ ଚାକିରୀ ନୁହେଁ। ନିଜକୁ ପରିଚୟ ଦେବା ପାଇଁ ଅନେକ ବ୍ୟବସ୍ଥା ଅଛି। ଯେଉଁ ମାନେ ଗ୍ରୁପ ସି ଓ ଗ୍ରୁପ ବି ର ଅଣଗେଜେଟେଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ଆଭରେଜ  କ୍ୟାଟେଗୋରି ଅନ୍ତଭୁର୍କ୍ତ। ସେମାନେ OSSSC  ଏବଂ OSSC ର ପ୍ରାୟ ସବୁ ପରୀକ୍ଷା ଦିଅନ୍ତି। ଯାହା ହେଲେ ଗୋଟେ ହଉ। କିନ୍ତୁ ପ୍ରକୃତ ରେ ପରିଶ୍ରମ କରୁଥିବା ପିଲା  Civil Service  ଏବଂ SSC CGL ପାଇଁ ପ୍ରସ୍ତୁତ ହେଉଛନ୍ତି। ତା ଭିତରେ ଏଏସ୍ଓ ପାଇଗଲେ ଆସୁଛନ୍ତି ଏବଂ ପୁଣି ସିଭିଲ ସର୍ଭିସ ରେ ଯାଉଛନ୍ତି। ତେଣୁ ଭଲ - ମନ୍ଦ କେବଳ ଏକ ତୁଳନାତ୍ମକ ଶବ୍ଦ। ବ୍ୟାଙ୍କ ର କିରାଣୀ ସ୍ୱପ୍ନ ଦେଖେ ମ୍ୟାନେଜର ହେବା ପାଇଁ, ଏଏସ୍ଓ ମଧ୍ଯ ଭାବେ ସେକ୍ରେଟାରୀ ହେବା ପାଇଁ। ତେଣୁ ଯାହାର ଇଛାଶକ୍ତି ଅଛି, ଯୋଗ୍ୟତା ଅଛି, ସେମାନେ ବଡ ଜିନିଷକୁ ସ୍ୱପ୍ନ ଦେଖନ୍ତୁ। ଛୋଟ କାମତ ମିଳିଯିବ। ଆଉ, ଏସବୁର ଅମୋଘ ଔଷଧ ଗୋଟିଏ ବୋଲି କିଛି ନାହିଁ। ଏହା ଏକ କମ୍ବୋ ପ୍ୟାକ ଭଳି। ନିମ୍ନରେ ଚେଷ୍ଟା କରିବି କିଛି ବର୍ଣ୍ଣନା କରିବାକୁ। 


1) Success Mindset : First of all you should have dedication towards your dream job. Abdul Kalam said, DREAM is not what you see in sleep, DREAM is something which doesn't let you sleep. So to get something, which can change the life style of you as well as your family members, you have to pay for it. And this is in terms of hard work for study only. 
*Avoid negative people/media :
Sometimes this success mindset gets distracted by some negative thoughts, discussion in social media as well as your surrounding persons. Many aprehensions, expectations like corruption in exam process, Work pressure in field jobs, authority harassment in lower ranks, uncertainty in examination etc. But you have to avoid completely all of these. Because we have no role in this and we can't do anything for it. 

2) Syllabus : The very very important aspect for competitive preparation is the syllabus. One should have very clear idea about syllabus and one of the major aspect in a preparation is to cover up whole syllabus at least once. It may take two-three months or more based on your in-built knowledge. So until you finish your syllabus, never be distracted towards any other material, practice test, coaching, advice, discussion etc. But it is seen that this type of students is very less. So why, we have tried to put 60 days plan for your in earlier posts. You see, if one have gone through the complete syllabus in last 60 days, again he has much more time to do other things. Hence those have not started yet, please start today. Complete the syllabus first. 

3) Revision : This is another important part of preparation. Whatever you learn that should be revised in regular intervals. Otherwise, a study says, 10% learning dissappears if not revised once a say, 40% in a week and 90% in a month. So go for revision. 
*Precise Notes : During revision, Note making or summery preparation is very important. Don't look back the vast syllabus and 1000 paged text book everytime. You should have Math formula note, terms to remember etc in your hand for quick reference. 

4) Mock test : It helps you to avail confidence and to know your ability. The portion, you have skipped while reading etc. You may also come across some regular patterns along with some  new questions. But attain these tests only after thorough completion of syllabus and minimum two times revision. 
4*) During these tests, always try all of yours doubts to be cleared by some teachers or friends. Otherwise, again you have to face that question in some other tests. 

ଉପର ଚାରୋଟି ବିଷୟ ଉପରେ ବିଶେଷ ଭାବେ ଧ୍ଯାନ ଦେଇ ପ୍ରସ୍ତୁତ ହୁଅନ୍ତୁ। ଅନେକ ନୂଆ ନୂଆ ଖବର ଶୁଣିବେ। ସବୁର ଭଲ ଦ୍ରୁଷ୍ଟି କୁ ନଜର ରଖି ସରକାର ନିଷ୍ପତ୍ତି ନେବେ। ସବୁବେଳେ ଭାରତ ପାକିସ୍ତାନ ଠାରୁ ଜିତିବା ବୋଲି ମାନେ ନାହିଁ କିମ୍ବା ଆମେମାନେ  Projector ଲଗାଇ ଖେଳ ଦେଖିଲେ ଯେ ସେମାନଙ୍କୁ ଆମେ ପ୍ରଭାବିତ କରିଦେବା, ତା ମଧ୍ଯ ସମ୍ଭବ ନୁହେଁ। ତେଣୁ ଜଣେ ପରୀକ୍ଷାର୍ଥୀ ଜଣେ ଖେଳାଳୀ ଭଳି। ସେ କେବଳ ଖେଳ ଉପରେ ନଜର ରଖିବା ଉଚିତ୍। ସମସ୍ତ କୋଚ୍, ମ୍ୟାନେଜମେଣ୍ଟ , ଦର୍ଶକ, ଟିଭି ଚ୍ୟାନେଲ ସେମାନଙ୍କ କାମ କରୁଛନ୍ତି। ଆମେ କେବଳ ପଢିବା। ପଢିବା ପାଇଁ କଣ ଦରକାର ସେଥିପ୍ରତି ସମୟ, ଅର୍ଥ ଖର୍ଚ୍ଚ କରିବା ଆମର ଦାୟିତ୍ୱ। ନଚେତ କିଛି ଦିନ ପରେ ଆପଣମାନେ ମଧ୍ଯ ୪,୫,୬ କ୍ୟାଟେଗୋରି କୁ ଚାଲିଯିବେ। 

କ୍ରମଶଃ..... 

2 comments:

Dipti said...

Ati sundar lekha tie.

Unknown said...

very true lines, thank you sir