Friday 15 October 2021

ଶାରଦୀୟ ଅଭିନନ୍ଦନ ୨୦୨୧

ପବିତ୍ର ଦଶହରା ଅବସରରେ ସମସ୍ତ ପାଠକ ମାନଙ୍କୁ ଶାରଦୀୟ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଚ୍ଛା। ଆଶାକରୁଛି ସମସ୍ତେ ଜଗତଜନନୀ ମା' ଦୂର୍ଗତୀନାଶିନୀ ଦୂର୍ଗାଙ୍କ ଅପାର କରୁଣାରୁ ଭଲରେ ଥିବେ। ଆଗାମୀ ଦିନରେ ଆପଣମାନଙ୍କର ଉତ୍ତୋରତ୍ତର ଉନ୍ନତି ପାଇଁ ମା'ଙ୍କ ନିକଟରେ ମୋର ବିନମ୍ର  ନିବେଦନ। 

ଆପଣମାନଙ୍କର ସ୍ନେହ ଓ ଭଲପାଇବା ଯୋଗୁଁ ମୋତେ ପ୍ରେରଣା ମିଳିଛି। ନିଜର ସିମୀତ ଜ୍ଞାନ ର ପରିସୀମା ମଧ୍ଯରେ ଯେତିକି ସମ୍ଭବ, ମୁଁ ଚେ଼ଷ୍ଟା ଜାରି ରଖିଛି ଆପଣମାନଙ୍କ ନିକଟରେ ସବୁ ପ୍ରକାର ଉପାଦେୟ ସୂଚନା ପହଞ୍ଚାଇବା ପାଇଁ। 

ଏହି ବ୍ଲଗଟି କେବଳ ମୁଁ କାର୍ଯ୍ୟ କରୁଥବା ନିର୍ମାଣ ବିଭାଗର ବିଭିନ୍ନ  Circular, Orders, Notifications ଇତ୍ୟାଦି ଗୋଟିଏ ସ୍ଥାନ ରେ ଉପଲବ୍ଧ କରାଇବା ଉଦ୍ଦେଶ୍ଯ ନେଇ ଆରମ୍ଭ କରିଥିଲି। ଧିରେ ଧିରେ ଏହାର ପରିସୀମା କୁ ସଚିବାଳୟ ସ୍ତରୀୟ କରାଯାଇଥିଲା। ଏବଂ ପରିଶେଷରେ ଅନେକ ଶୁଭେଚ୍ଛୁ ଙ୍କ ପରାମର୍ଶ କ୍ରମେ ଏକ ମହତ ଉଦ୍ଦେଶ୍ଯ ନେଇ ରାଜ୍ଯ ସରକାରୀ କର୍ମଚାରୀ ମାନଙ୍କ ଦରକାର ଆସୁଥିବା ପ୍ରାୟ ସବୁ ପ୍ରକାର ଉପାଦେୟ ସୂଚନା ସ୍ଥାନ ଦିଆଗଲା। ଏଥିସହିତ ଚାକିରୀ  କରିନଥିବା କିଛି ଆଶାୟୀ ମାନଙ୍କ ପାଇଁ କିଛି କିଛି ସୂଚନା ଦେବାକୁ ଚେ଼ଷ୍ଟା କରାଯାଉଛି। ଏଥିମଧ୍ୟରେ ଅନେକ ପାଠକ ଏହାକୁ ନିୟମିତ ଦେଖୁଛନ୍ତି। ସେମାନଙ୍କର କିଛି କାମରେ ଆସୁଥିଲେ, ଆମର ପରିଶ୍ରମ ସାର୍ଥକ ହେଲା ବୋଲି ଭାବିବୁ। ଆଜିର ଦିନରେ  Page Viewer  ପ୍ରାୟ ୭,୦୦,୦୦୦ ରେ ପହଞ୍ଚିଲାଣି। ସେଥିପାଇଁ ସମସ୍ତ ପାଠକମାନଙ୍କୁ ଆଉଥରେ ଅଭିନନ୍ଦନ। ଯେଉଁମାନେ ଏହାକୁ  Follow  କରୁଛନ୍ତି, ଏହାର ପ୍ରତିଟି ପୋଷ୍ଟ ନିୟମିତ ଭାବେ ସେମାନଙ୍କ ଇ-ମେଲ କୁ ସ୍ୱୟଂକ୍ରିୟ ଭାବେ ପଠାଇବାର ସୁବିଧା ଅଛି। ତେଣୁ ଚାହିଁଲେ ଆପଣମାନେ ଏହାକୁ  follow କରିପାରିବେ। 

ଆଜିର ସୋସିଆଲ ମିଡିଆ ଯୁଗରେ ସମସ୍ତ ସୂଚନା ପ୍ରାୟ ସମସ୍ତେ କମ୍ ସମୟରେ ପାଇ ପାରୁଛନ୍ତି। ହୁଏତ କୌଣସି ଖବରକୁ Breaking News  କରି ପୋଷ୍ଟ କରିବା ଆମର ଲକ୍ଷ୍ଯ ନୁହେଁ। ନିଜର ସରକାରୀ ତଥା ବ୍ୟକ୍ତିଗତ ଜୀବନରୁ ସମୟ ବାହାର କରି ଏଥିପାଇଁ କିଛି ସମୟ ଦେବାକୁ ଚେ଼ଷ୍ଟା କରୁଛି। ସରକାରୀ ଚିଠି ର ସରକାରୀ ଭାଷାକୁ ବିଶ୍ଳେଷଣ କରି ଆପଣମାନଙ୍କ ନିକଟରେ ପହଞ୍ଚାଇବା ଆମର ମୁଖ୍ଯ ଉଦ୍ଦେଶ୍ଯ ଅଟେ। କିନ୍ତୁ ସମୟ ସମୟରେ କିଛି କିଛି ଭୁଲ ମଧ୍ଯ ହୋଇଯାଇଛି ଏବଂ ଆଗକୁ ମଧ୍ଯ ହୋଇପାରେ। ଆପଣମାନଙ୍କର feedback and comments  ବଳରେ ଆମେ ଏହାକୁ ସଂଶୋଧନ କରିବାକୁ ଚେ଼ଷ୍ଟା କରିଛୁ। ଆଶାକରେ ସହଯୋଗ ଆଗକୁ ଏମିତି ଜାରି ରଖିବେ। 

ଆଉ ଯଦି କିଛି ତଥ୍ଯକୁ ସ୍ଥାନ ଦେଲେ ଭଲ ହେବ ବୋଲି ଆପଣମାନେ ଭାବୁଥାନ୍ତି, ତେବେ ଆମକୁ ଜଣାଇବେ ନିଶ୍ଚୟ। 

No comments: