Friday 8 October 2021

ପ୍ରତୀକ୍ଷାର ଅନ୍ତ : ରାଜ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବ୍ରୁଦ୍ଧି

(28337 Dt.08.10.2021) 
ରାଜ୍ୟ ସରକାରଙ୍କ ତରଫରୁ କର୍ମଚାରୀମାନଙ୍କୁ ଦଶହରା ଭେଟି। ପୂଜା ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍‌ଭୋଗୀଙ୍କ ପାଇଁ ୧୧% ମହଙ୍ଗା ଭତ୍ତା ଓ dearness relief ଘୋଷଣା କରିଛନ୍ତି। ଏହା ଫଳରେ ବର୍ତ୍ତମାନ ମହଙ୍ଗା ଭତ୍ତା ୧୭ %ରୁ ବଢ଼ି ୨୮%ରେ ପହଞ୍ଚିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜୁଲାଇ ମାସରୁ ପିଛିଲା ଭାବରେ ୧୧% ମହଙ୍ଗା ଭତ୍ତା ଲାଗୁ ହେବ ଓ ଏହା ଅକ୍ଟୋବରରୁ ମିଳିବ। ବକେୟା ତିନି ମାସର ବର୍ଦ୍ଧିତ ଭତ୍ତା ମଧ୍ୟ  ନଗଦ ଆକାରରେ ମିଳିବ।

ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ପାଉଥିବା ବର୍ଦ୍ଧିତ ମହଙ୍ଗା ଭତ୍ତା ଭଳି ଏବେ ରାଜ୍ୟ ସରକାରୀ କର୍ମଚାରୀ ମଧ୍ଯ ୨୮% ହାରରେ ମହଙ୍ଗା ଭତ୍ତା ପାଇବେ। ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍ ଭୋଗୀ ଉପକାର ପାଇବେ।

ବିଗତ ଦୁଇ ମାସ ଧରି ସମସ୍ତେ ଆଶା, ଆଶଙ୍କା ରେ ଥିଲେ । କିନ୍ତୁ ଚିରାଚରିତ ପ୍ରଥା ଭଳି, ପ୍ରତିବର୍ଷ ଦଶହରାରେ ଘୋଷଣା ହେବା ଅପେକ୍ଷାରେ ସମସ୍ତେ ଥିଲେ। ଏବେ ସମସ୍ତେ ଟିକେ ଆଶ୍ୱସ୍ତ ହେବା ସହିତ ସରକାରଙ୍କୁ ଧନ୍ଯବାଦ ଦେଇଛନ୍ତି। 

No comments: