Saturday 16 October 2021

Rehabilitation Assistance : Court Orders on pending cases may be challenged in higher forum

"If the RA cases were pending before coming into force of the OCS(RA) Rules, 2020 and the RA applicants have obtained orders from the court of law for consideration of his/her applications as per rules prevailing at the time of submission of the application / prevailing at the time of death of the deceased, the said order may be challenged before the higher forum on obtaining orders of the Government in their Department referring the latest judgement Dt. 04.03.2020 of the Honble Apex Court reported in (2020) 7 SCC (617) and in consultation with the Law Department instead of referring the cases to GA&PG Department soliciting views in the matter. "


କୌଣସି ସରକାରୀ କର୍ମଚାରୀ ଚାକିରୀ କାଳ ମଧ୍ୟରେ ମ୍ରୁତ୍ୟୁ ବରଣ କଲେ, ଅନୁକମ୍ପା ମୂଳକ ଚାକିରୀ ପାଇଁ ତାଙ୍କର ପରିବାରର କେହି ଜଣେ ଆବେଦନ କରିବାର ନିୟମ ଅଛି। ସାଧାରଣ ପ୍ରଶାସନ ବିଭାଗ ତରଫରୁ Odisha Civil Services (Rehabilitation Assistance) Rules, 2020 ପ୍ରଣୟନ କରାଯାଇ ନୋଟିଫିକେସନ ନଂ ୫୬୫୧ ତା ୧୭।୦୨। ୨୦୨୦ ଜାରି କରାଯାଇଛି। 
କିନ୍ତୁ ଏହି ନୋଟିଫିକେସନ ପ୍ରକାଶ ପାଇବା ପୂର୍ବରୁ ଆବେଦନ କରାଯାଇଥିବା ମାମଲାଗୁଡ଼ିକୁ ନେଇ ଅନେକ ଦ୍ୱନ୍ଦ୍ୱ ଉପୁଜିଥିଲା। ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ  Circular No. 6999 Dt.02.03.2021 ମାଧ୍ୟମରେ ଗୋଟିଏ clarification ଜାରି କରାଯାଇଛି। ଏହା ଅନୁସାରେ ନିମ୍ନ ଲିଖିତ  ସମସ୍ତ ପ୍ରକାର ବକେୟା ମାମଲା ଗୁଡିକ ନୂତନ ନିୟମ ୨୦୨୦ ଅନୁଯାୟୀ ବିଚାର କରାଯିବ। 
୧) ଯଦି କୌଣସି ଆବେଦନ ୧୭.୦୨.୨୦୨୦ ପୂର୍ବରୁ କରାଯାଇଛି ଏବଂ କୌଣସି ନିଷ୍ପତ୍ତି ହୋଇନାହିଁ
୨) ଯଦି କୌଣସି ଆବେଦନ ୧୭.୦୨.୨୦୨୦ ପୂର୍ବରୁ କରାଯାଇଛି ଏବଂ ଚାକିରୀ ଦେବା ପାଇଁ ନିଷ୍ପତ୍ତି ହୋଇଅଛି ଅଥଚ   Offer of Appointment ଦିଆଯାଇ ନାହିଁ। 

କିନ୍ତୁ ପରବର୍ତ୍ତୀ ସମୟରେ ଅନେକ ଆବେଦନକାରୀ ମାନ୍ୟବର ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏବଂ ୧୭.୦୨.୨୦୨୦ ପୂର୍ବରୁ ପ୍ରଚଳିତ ନିୟମ ଅନୁଯାୟୀ ଚାକିରୀ ଦେବାକୁ ଆଦେଶନାମା ହାସଲ କରିଛନ୍ତି। ଏ ପରିପ୍ରେକ୍ଷୀରେ ସାଧାରଣ ପ୍ରଶାସନ ବିଭାଗ, ଚିଠି ନଂ ୨୭୪୧୪ ତା ୧୧.୨୦.୨୦୨୧ ମାଧ୍ୟମରେ ସମସ୍ତ ବିଭାବକୁ ଜଣାଇଛନ୍ତି ଯେ, କୌଣସି ନିମ୍ନ ଅଦାଲତର ଏପରି ଆଦେଶନାମା ଥିଲେ, ମତାମତ ପାଇଁ ସାଧାରଣ ପ୍ରଶାସନ ବିଭାଗ କୁ ନପଠାଇ, ଆଇନ ବିଭାଗ ସହ ଆଲୋଚନା କରି ଉପର ଅଦାଲତ ରେ ଏହାକୁ ଚ୍ୟାଲେଞ୍ଜ କରାଯାଇପାରେ। 

ଏଥିରୁ ସ୍ପଷ୍ଟ ଯେ, ନୂତନ ନିୟମ ଅନୁଯାୟୀ ହିଁ ସମସ୍ତ ବକେୟା ମାମଲା ଗୁଡିକ ବିଚାରଭୁକ୍ତ ହେବେ। 



No comments: