Friday 18 March 2022

ପୂର୍ତ୍ତ ବିଭାଗର ସାନ୍ତ୍ୱନା ମୂଳକ ବିଜୟ


ସାଧାରଣ ପ୍ରଶାସନ ବିଭାଗ ସାଂସ୍କୃତିକ ଓ କ୍ରିଡ଼ା ପରିଷଦ ଦ୍ବାରା ଆୟୋଜିତ ଆନ୍ତଃ ବିଭାଗୀୟ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପୂର୍ତ୍ତ ବିଭାଗ ନିଜର ଶେଷ ଲିଗ୍ ମ୍ୟାଚରେ ପର୍ଯ୍ୟଟନ ବିଭାଗ କୁ ୫୨ ରନ୍ ରେ ପରାସ୍ତ କରିଛି। ନିଜର ପ୍ରଥମ ଦୁଇ ମ୍ୟାଚ ଯଥାକ୍ରମେ ସ୍ୱରାଷ୍ଟ୍ର ବିଭାଗ (Home) ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ନିକଟରୁ ପରାଜିତ ହୋଇଥିବାରୁ  ଏହି ଦଳ ଟୁର୍ଣ୍ଣାମେଣ୍ଟ ରୁ ବିଦାୟ ନେଇଛି। 

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପୂର୍ତ୍ତ ବିଭାଗ ୮ ଓଭରରେ ୬ ଉଇକେଟ ହରାଇ ୯୭ ରନ୍ କରିଥିଲା। ଏହାର ଜବାବରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଧାରିତ ୮ ଓଭରରେ ୪ ଉଇକେଟ ହରାଇ ୪୫ ରନ୍ କରିଥିଲା। ବିଜୟୀ ଦଳ ପକ୍ଷରୁ ଶିବରାମ ସାହୁ ସର୍ବାଧିକ ୩୭ ରନ୍ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।  

 


ସେହିପରି ଅନ୍ୟ ଏକ ମ୍ୟାଚରେ ସ୍ୱରାଷ୍ଟ୍ର ବିଭାଗ ୪୪ ରନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) କୁ ପରାସ୍ତ କରି ଗ୍ରୁପର ଶୀର୍ଷ ସ୍ଥାନ ଦଖଲ କରିଛି ଏବଂ ନକଆଉଟ ପର୍ଯ୍ୟାୟ କୁ ଉନ୍ନୀତ ହୋଇଛି। ପ୍ରାରମ୍ଭରେ  ସ୍ୱାଧୀନ ବେହେରା ଙ୍କ ବିସ୍ପୋରକ ୪୮ ରନ୍ ସହାୟତାରେ ସ୍ୱରାଷ୍ଟ୍ର ବିଭାଗ ଗୋଟିଏ ଉଇକେଟ ହରାଇ ୯୨ ରନ୍ କରିଥିଲା ବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ମାତ୍ର ୪୮ ରନ୍ କରିପାରିଥିଲା।

POINT TABLE
For details on all league matches

No comments: