Monday 28 March 2022

OSSA Election 2022 : ଆଜିଠାରୁ ମନୋନୟନ ପତ୍ର ଦାଖଲ ଆରମ୍ଭ


ସଚିବାଳୟ ସେବା ସଂଘ (ଓସା) ର ମୋଟ ୯ ଟି ପଦବୀ ପାଇଁ ସାଧାରଣ ନିର୍ବାଚନ ଆସନ୍ତା ୧୨.୦୪.୨୦୨୨ ରିଖରେ ଅନୁଷ୍ଠିତ ହେବାକୁ ଯାଉଛି। 
୧) ସଭାପତି ୨) ଉପସଭାପତି ୩) ଉପସଭାପତି ୪) ସାଧାରଣ ସଂପାଦକ ୫) ସଂପାଦକ, ୬) ସଂପାଦକ ୭) ସଂପାଦକ ୮) ସଂପାଦକ ୯) ସମୀକ୍ଷକ
ଏଥିପାଇଁ ପ୍ରାର୍ଥୀ ମନୋନୟନ ଦାଖଲ ପ୍ରକ୍ରିୟା ମାର୍ଚ୍ଚ ୨୮ ରୁ ୩୧ ତାରିଖ ପର୍ୟ୍ଯନ୍ତ ଚାଲିବ। ଅପ୍ରେଲ ୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ସଠିକ ଆବେଦନ ତାଲିକା ପ୍ରକାଶିତ ହେବ। ସେହିପରି ଅପ୍ରେଲ ୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ ଏବଂ ସେହିଦିନ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ। 
ଏହି ନିର୍ବାଚନ ରେ ଭୋଟ ଗ୍ରହଣ ଅପ୍ରେଲ ୧୨ ତାରିଖ ସକାଳ ୮.୩୦ ଟାରୁ ଅପରାହ୍ନ ୪ଟା ପର୍ୟ୍ଯନ୍ତ ଚାଲିବ। ସେହିଦିନ ସଂଧ୍ଯା ୬.୩୦ରୁ ଭୋଟ ଗଣତି ଆରମ୍ଭ ହୋଇ ନିର୍ବାଚିତ ପ୍ରତିନିଧି ମାନଙ୍କ ତାଲିକା ଘୋଷଣା କରାଯିବ। 

ସଚିବାଳୟ ସେବାର ପ୍ରାୟ ୨୦୦୦ ସଭ୍ଯ ଏହି ନିର୍ବାଚନ ରେ ନିଜର ମତ ସାବ୍ଯସ୍ତ କରିବେ। 

No comments: