ବହୁ ଦିନର ପ୍ରତୀକ୍ଷା ପରେ ଆସନ୍ତାକାଲି (୧୯ ମଇ, ୨୦୨୩) ରାଜ୍ୟ ସଚିବାଳୟର ସହକାରୀ ଉପବିଭାଗ ଅଧିକାରୀ (Assistant Section Officer) ପଦବୀ ପାଇଁ ହୋଇଥିବା ପରୀକ୍ଷା - ୨୦୨୧ ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଛି । ଏହି ମାମଲାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ ତା ୧୦.୦୨.୨୦୨୩ ରିଖରେ ଶୁଣାଣି ଶେଷ କରି ନିଜର ରାୟ ସଂରକ୍ଷିତ ରଖିଥିଲେ ।
ପ୍ରାୟ ତିନି ମାସ ପରେ ରାୟ ପ୍ରକାଶ ପାଇବା ଖବର ପାଇ ପରୀକ୍ଷାର୍ଥୀ ମହଲରେ ଉତ୍ସୁକତା ଦେଖାଦେଇଛି ।
ବହୁ ପ୍ରତୀକ୍ଷିତ ସଚିବାଳୟ ଏଏସ୍ଓ ନିଯୁକ୍ତି ୨୦୨୧ର ଚୟନ ପ୍ରକ୍ରିୟା କୁ ନେଇ ରଜତ କୁମାର ମିଶ୍ର ତଥା ଅନ୍ୟମାନଙ୍କୁ ନେଇ ହୋଇଥିବା ମାମଲା WP(C) No. 32174/2022 ର ଶୁଣାଣି ଲଗାତାର ୩ ଦିନ ଧରି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ହୋଇଥିବା ଖଣ୍ଡପୀଠରେ ଚାଲିଥିଲା। ଫେବୃଆରୀ ୭ତାରିଖରେ ଆବେଦନକାରୀଙ୍କ ଓକିଲ ଶ୍ରୀ ମନୋଜ କୁମାର ମିଶ୍ର ନିଜର ଯୁକ୍ତି ରଖିଥିବା ବେଳେ ୯ ତାରିଖରେ ସରକାର ଏବଂ ଓପିଏସସି ତରଫରୁ ଆଡଭୋକେଟ ଜେନେରାଲ ନିଜର ତଥ୍ଯ ରଖିଥିଲେ। ୧୦ ତାରିଖରେ ପୁଣି ଆବେଦନକାରୀଙ୍କ ତରଫରୁ ପକ୍ଷ ରଖାଯାଇଥିଲା।
ଶେଷରେ ଏହି ମାମଲାର ଶୁଣାଣି ଶେଷ କରି ମାନ୍ୟବର ଅଦାଲତ ନିଜର ରାୟ ସଂରକ୍ଷିତ ରଖିଥିଲେ ।
ନିଯୁକ୍ତି ପ୍ରକ୍ରିୟା ଘଟଣାକ୍ରମ :
31.12.2021 : Advertisement published
20.01.2022 to 25.02.2022 : Online Application
27.08.2022 : Written Examination Date
07.11.2022 : Result of Written Exam published
14.11.2022 to 18.11.2022 : Document Verification
25.11.2022 : Case filed in High Court
04.12.2022 : Computer Skill Test
19.01.2023 : Adjourned to 7th Feb
07.02.2023 : Hearing done
09.02.2023 : Hearing done
10.02.2023 : Hearing finished & Judgement reserved
19.05.2023 : Judgement