Wednesday, 23 April 2025

OSSA Election 2025: More than 40 Nominations filed

ଓଡ଼ିଶା ସଚିବାଳୟ ସେବା ସଂଘ ର ନିର୍ବାଚନ ବିଗୁଲ ବାଜି ସାରିଛି । ନିର୍ବାଚନ କମିଶନ ଙ୍କ କାର୍ଯ୍ୟସୂଚୀ ଆନୁଯାୟୀ ଆଜି ଥିଲା ନାମାଙ୍କନ ପତ୍ର ଦାଖଲ ର ଶେଷ ଦିନ। ଖାରବେଳ ଭବନ ସ୍ଥିତ ସଂଘ କାର୍ଯ୍ୟାଳୟ, ଓସା ଭବନ ରେ ଆଜି ବିଭିନ୍ନ ବର୍ଗର ପ୍ରାର୍ଥୀ ସେମାନଙ୍କ ପ୍ରସ୍ତାବକଙ୍କ ଉପସ୍ଥିତିରେ ମୋଟ ୯ ଟି ପଦବୀ ପାଇଁ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । 

ଆସନ୍ତା କାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ସଠିକ ନାମାଙ୍କନ ପତ୍ର ର ତାଲିକା ପ୍ରକାଶ କରାଯିବ  ଏବଂ ତା' ପରଦିନ ଅର୍ଥାତ ୨୫ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ।  ସେହିଦିନ ନିର୍ବାଚନ କମିଶନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବେ । ଆସନ୍ତା ମଇ ୭ ତାରିଖରେ ମତଦାନ ପାଇଁ ଦିନ ଧାର୍ଯ୍ୟ କରାଯାଇଅଛି । 

ସୂଚନା ଅନୁସାରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Cabinet decision 23.04.2025

୨୩.୦୪.୨୦୨୫ : ଆଜି ରାଜ୍ୟ କ୍ୟାବିନେଟର ଏକ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା  କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମ କୁ ସୂଚନା ଦେଇଥିଲେ  । ମୋଟ ୫ଟି ବିଭାଗର ୬ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବ ଗୁଡ଼ିକ ଆଲୋଚନା ପରେ ଅନୁମୋଦନ କରାଯାଇଥିଲା
୧. ଅବକାରୀ ବିଭାଗ : ଅବକାରୀ ନିୟମ ୨୦୧୭ ରେ ସଂଶୋଧନ 
୨. ଅବକାରୀ ବିଭାଗ : ଅବକାରୀ କନଷ୍ଟେବଳ ପଦବୀକୁ ଦିଭିଜନ କ୍ୟାଡ଼ର ବଦଳରେ ଜିଲ୍ଲା କ୍ୟାଡ଼ର କରାଗଲା 
୩. ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ : ଜରୁରୀକାଳିନ ୧୦୮ ଆମ୍ବୁଆନ୍ସ ସେବା ଯୋଜନା 
୪. ମହିଳା ଓ ଶିଶୁ ବିକାଶ ବିଭାଗ : ଓଡ଼ିଶା ଶିଶୁ ଓ ମହିଳା କଲ୍ୟାଣ ସେବା ର ସଂଶୋଧନ 
୫. ଜଳସମ୍ପଦ ବିଭାଗ : ଭୂତଳ ପାଇପ ଲାଇନ ଜଳ ବଣ୍ଟନ ବ୍ୟବସ୍ଥା 
୬. ଅନୁସୂଚିତ ଜାତି ଓ ଜନଜାତି ଉନୟନ୍ନ ବିଭାଗ : "ଓଡ଼ିଶା ମଙ୍ଗଳ ସେବା" ଓ "ଓଡ଼ିଶା ଅଧସ୍ତନ ମଙ୍ଗଳ ସେବା" ରେ ସଂଶୋଧନ 








Celebration of National Panchayatiraj Diwas across the State



10424 Dt.21.04.2025

Field exposure of officials posted in Departments for grass root knowledge

73 Dt.22.04.2025

Monday, 21 April 2025

OSSA Election 2025 : Nomination filing starts today.

As per schedule of Election Commissioner, the Nomination for 9 (nine) posts of Odisha Secretariat Service Association (OSSA) starts today i.e.21.04.2025 and will continue till 23.04.2025 during 6:30 PM to 7:30 PM at OSSA BHAWAN. After due procedure, the polling will be held on 7th May, 2025. The office bearers will be elected for two years.
It is to mention here that last election was held on 12th April, 2022.

List of Office Bearers :
1. President (one)
2. Vice President (two)
3. General Secretary (one)
4. Secretaries (four)
5. Auditor (one)


INSTRUCTIONS FOR NOMINATION
  • No member can contest for more than one post.
  • Only Bonafide members of the association can propose a member to contest in the election.
  • No member can propose more than one candidate 
  • Members filing Nominations and their proposers are to bring the original as well as photocopy of the office identity card and receipt of payment of annual subscription of membership of OSSA for the year 2025.
  • Two passport size photographs are to be submitted 
  • Mention Mobile number in the nomination form just below the signature.

Saturday, 12 April 2025

Unified Pension Scheme: FAQ

ସରକାରୀ ଚାକିରି କରିଥିବା ପ୍ରତ୍ୟେକ ବ୍ୟକ୍ତି ଏବେ ତିନି ଶ୍ରେଣୀର ପେନସନ ଯୋଜନା ରେ ବିଭକ୍ତ।
  • ପୁରାତନ ପେନସନ (Old Pension Scheme)
  • ନୂତନ ପେନସନ (New Pension Scheme)
  • ୟୁନିଫାଏଡ ପେନସନ (Unified Pension Scheme)
ତେବେ ଚଳିତ ବର୍ଷ ୧ ଅପ୍ରେଲ, ୨୦୨୫ ଠାରୁ ଲାଗୁ ହୋଇଥିବା ୟୁନିଫାଏଡ ପେନସନ ସ୍କିମ୍ (UPS) ବିଷୟରେ ସାଧାରଣରେ ଥିବା କେତେକ ପ୍ରଶ୍ନର ଉତ୍ତର ନିଜ ସାଧ୍ୟାମତେ ନିମ୍ନରେ ପ୍ରଦାନ କରୁଅଛି । ତେବେ ସଠିକ୍ ତଥା ଅଧିକ ବିବରଣୀ ପାଇଁ ସରକାରୀ ଗେଜେଟ ବିଜ୍ଞପ୍ତିକୁ ଅନୁକରଣ କରିବାକୁ ଅନୁରୋଧ।

୧) ଯେଉଁ ସରକାରୀ କର୍ମଚାରୀ NPS ଅନ୍ତର୍ଭୁକ୍ତ ଅଟନ୍ତି, କେବଳ ସେହିମାନେ ହିଁ UPS ଚୟନ କରିପାରିବେ ।
---------
୨) ଓଡ଼ିଶା ସରକାରଙ୍କ କର୍ମଚାରୀମାନଙ୍କ ପାଇଁ ଏହା ୦୧.୦୪.୨୦୨୫ ଠାରୁ ଲାଗୁ ହୋଇଥିଲେ ମଧ୍ୟ ବିକଳ୍ପ ଚୟନ ପାଇଁ କାର୍ଯ୍ୟ ପ୍ରଣାଳୀ ପ୍ରସ୍ତୁତ ହେଉଅଛି । ବିକଳ୍ପ ଚୟନ ସମୟସୀମା ୩୦.୦୬.୨୦୨୫ ଥିବା ବେଳେ ଏହାକୁ ବୃଦ୍ଧି କରାଯାଇପାରେ ।
---------
୩) କେଉଁମାନେ UPS ର ସୁବିଧା ପାଇପାରିବେ ?
କ - ଅତି କମରେ ୧୦ ବର୍ଷ ଚାକିରୀ କରି ଅବସର ନେଇଥିଲେ ।
ଖ - ବାଧ୍ୟତା ମୂଳକ ଅବସର ନେଇଥିଲେ ।
ଗ - ସେବାନିବୃତ୍ତି ଅବସର ନେଇଥିଲେ ।
ଘ - କିନ୍ତୁ ଦଣ୍ଡ ସ୍ୱରୂପ removal, dismissal ହେଲେ କିମ୍ବା ନିଜେ resignation ଦେଇଥିଲେ UPS ଲାଗୁ ହେବ ନାହିଁ ।
---------
୪) ନୂତନ କରି ଯୋଗ ଦେଉଥିବା କିମ୍ବା NPS ଅନ୍ତର୍ଭୁକ୍ତ ସରକାରୀ କର୍ମଚାରୀ ନିମ୍ନ ଲିଖିତ ଦୁଇ ବିକଳ୍ପ ମଧ୍ୟରୁ ଗୋଟିଏ ଚୟନ କରିପାରିବେ ।
କ - NPS without UPS  (i.e. only NPS)
ଖ - NPS with UPS (i.e. NPS + UPS)
---------
୫) NPS+UPS ର କଣ ସୁବିଧା ଅଛି ଯାହା only NPS ରେ ନାହିଁ ?
କ - ଅବସର ପରେ ସୁନିଶ୍ଚିନ୍ତ ପେନସନ
ଖ - ୨୫ ବର୍ଷ କିମ୍ବା ଅଧିକ ବୟସ ଚାକିରି କରିଥିଲେ, 
(ଶେଷ ୧୨ ମାସର ମୂଳ ବେତନ ର ହାରାହାରି x ୫୦%)
ଗ - ୨୫ ବର୍ଷରୁ କମ ବର୍ଷ ଚାକିରୀ କରିଥିଲେ, ସମାନୁପାତିକ ଭାବେ କମ୍ ପେନସନ ମିଳିବ କିନ୍ତୁ ଏହା ଯଦି ୧୦୦୦୦ ରୁ କମ ହୁଏ ତେବେ ଅତି କମରେ ୧୦,୦୦୦ ଟଙ୍କାର ସୁନିଶ୍ଚିନ୍ତ ପେନସନ ମିଳିବ ।
ଘ - କିନ୍ତୁ ୧୦ ବର୍ଷରୁ କମ ଚାକିରି ହୋଇଥିଲେ UPS ନିୟମରେ ପେନସନ ମିଳିବ ନାହିଁ ।
# ଫାମିଲି ପେନସନ : ଅବସର ପରେ ମୃତ୍ୟୁ ହେଲେ ସ୍ତ୍ରୀ କୁ ପେନସନ ର ୬୦% ଫାମିଲି ପେନସନ ହିସାବରେ ମିଳିବ ।
# ମହଙ୍ଗା ଭତ୍ତା : ଉଭୟ ପେନସନ ଓ ଫେମିଲି ପେନସନ ସହିତ ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହେବ ।
--------
୬) ଅବସର ପରେ ଏକାସାଙ୍ଗରେ କେତେ ଟଙ୍କା ମିଳିବ ?
ମାସିକ (Basic + DA) * ୧୦% * ୬ ମାସିକ କାର୍ଯ୍ୟକାଳ ସଂଖ୍ୟା 
# ୧୦ ବର୍ଷରୁ କମ ଚାକିରି ହୋଇଥିଲେ lump sum ମିଳିବ ନାହିଁ।
--------
୭) UPS ଚୟନ କଲେ NPS ରେ ଆଉ ଜମା କରିବାକୁ ପଡ଼ିବ କି ନାହିଁ ।  ଉତ୍ତର :  ହଁ 
କ) କେବଳ NPS ଅନ୍ତର୍ଭୁକ୍ତ ହୋଇଥିଲେ ହିଁ UPS ବିକଳ୍ପ ଚୟନ କରାଯାଇପାରିବ।
ଖ) ତେଣୁ NPS ପାଇଁ  ପୂର୍ବପରି ଦରମାରୁ ୧୦% କାଟି NPS ରେ ଜମା କରାଯିବ 
ଗ) କିନ୍ତୁ NPS ରେ ଦୁଇ ପ୍ରକାର Fund ରହିବ।
#୧ : Individual Corpus Fund = 
(Employee Contribution ୧୦% + Government Contribution ୧୦%)
#୨ : Pool Corpus Fund = Additional Government Contribution ୮.୫%
---------

୮) UPS ପାଇଁ ଚୟନ କଲେ NPS ରେ ଆଗରୁ ଜମାଥିବା ଟଙ୍କା କଣ ହେବ ?
କ) ବର୍ତ୍ତମାନ ସୁଦ୍ଧା ଜମା ଥିବା ସମସ୍ତ ଟଙ୍କା Individual Corpus Fund ରେ ଜମା ହେବ ।
ଖ) ପରବର୍ତ୍ତୀ ମାସ ମାନଙ୍କରେ ପୂର୍ବପରି ଦରମା (basic+ DA) ରୁ ୧୦% କଟିବ ଏବଂ ସରକାରଙ୍କ ତରଫରୁ (୧୦+୮.୫)% ପ୍ରଦାନ କରାଯିବ ।
ଗ) କର୍ମଚାରୀଙ୍କ ୧୦% ଏବଂ ସରକାରଙ୍କ ୧୦% Individual Corpus Fund ରେ ଜମା ହୋଇଚାଲିବ। କିନ୍ତୁ ସରକାରଙ୍କ ଅତିରିକ୍ତ ୮.୫% Pool Corpus Fund ରେ ଜମା ହେବ ।
--------
୯) Benchmark Corpus : କୌଣସି କର୍ମଚାରୀ UPS ଚୟନ କଲେ, ନିୟମିତ NPS Contribution ତଥ୍ୟ ଅନୁଯାୟୀ PFRDA ଦ୍ଵାରା ଏକ Benchmark Corpus ନିର୍ଦ୍ଧାରଣ କରାଯିବ । 
---------
୧୦) ଅବସର ପରେ NPS ରେ ଆଗରୁ ଜମାଥିବା ଟଙ୍କା କଣ ହେବ ?
କ) ଅବସର ପରେ Individual Corpus ଟଙ୍କା ମଧ୍ୟରୁ Benchmark Corpus ର ସମାନ ପରିମାଣ ଟଙ୍କା/ୟୁନିଟ Pool Corpus Fund ରେ ଜମା କରାଯିବ ।
# ଯଦି Individual Corpus Fund ରେ Benchmark Corpus ଠାରୁ କମ ଟଙ୍କା /ୟୁନିଟ ଥିବ, ତେବେ କର୍ମଚାରୀ ନିଜ ପକ୍ଷରୁ ନିଅଣ୍ଟ ଅର୍ଥ ଜମା କରିବାକୁ ପଡ଼ିବ । ନଚେତ୍ ଆନୁପାତିକ ହାରରେ ସୁନିଶ୍ଚିତ ପେନସନ ପ୍ରଦାନ କରାଯିବ ।
# ଯଦି Individual Corpus Fund ରେ Benchmark Corpus ଠାରୁ ଅଧିକ ଟଙ୍କା /ୟୁନିଟ ଥିବ, ତେବେ କର୍ମଚାରୀ ଖାତାକୁ  ଏହି ବଳକା ଟଙ୍କା/ୟୁନିଟ ପ୍ରଦାନ କରାଯିବ ।
-------
Pool Corpus Fund କୁ Individual Corpus Fund ସ୍ଥାନାନ୍ତର ହେଲେ ହିଁ ସୁନିଶ୍ଚିତ ପେନସନ (Assured Payout) ପ୍ରଦାନ ତଥା ଏକକାଳୀନ (Lump sum) ଅର୍ଥ ପ୍ରଦାନ କରାଯିବ । 

Circulars on UPS : 

For Central Government employees:
Gazette Dt.24.01.2025 : Click Here

For State Government Employees:
Notification No.9364 Dt.21.03.2025
Click here to view download PDF 

Promotion of OAS (S) officers to the rank of Senior Administrative Grade


Sunday, 6 April 2025

ଆୟୁଷ୍ମାନ ଭାରତ - ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା

ରାଜ୍ୟବାସୀଙ୍କୁ ଉତ୍ତମ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାର ପ୍ରତିବଦ୍ଧ। ଏଥିଲାଗି ଚଳିତ ମାସ ୧୧ ତାରିଖରେ ଲୋକର୍ପଣ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନା। ଦେଶର ୨୯,୦୦୦ ତାଲିକାଭୁକ୍ତ ଅଗ୍ରଣୀ ଘରୋଇ ଏବଂ ସରକାରୀ ଚିକିତ୍ସାଳୟରେ ଦେୟମୁକ୍ତ ଚିକିତ୍ସା ସେବା ମିଳିପାରିବ।

ଏହା ଦ୍ୱାରା ରାଜ୍ୟର ସମୁଦାୟ ୩.୫ କୋଟି ଲୋକ ଉପକୃତ ହେବେ। ପ୍ରତ୍ୟେକ ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯିବା ବେଳେ ପରିବାରର ମହିଳା ହିତାଧିକାରୀଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପ୍ରଦାନ କରାଯିବ। ଗୋଟିଏ ପରିବାରରେ ୭୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ, ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ସର୍ବାଧିକ ୧୫ ଲକ୍ଷ ଟଙ୍କା ପାଇପାରିବେ। ସେହିପରି ୭୦ ବର୍ଷ ବୟସରୁ ଅଧିକ ବୟସର ଲୋକ ମାନଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ।

ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ କାର୍ଡ ପ୍ରଦାନ କରାଯିବ, ଯାହାଫଳରେ ବିଶେଷକରି ରାଜ୍ୟ ବାହାରେ ରହୁଥିବା ହିତାଧିକାରୀମାନଙ୍କୁ ଆଉ ଦେୟମୁକ୍ତ ସ୍ୱାସ୍ଥ୍ୟସେବା ପାଇବାରେ କୌଣସି ଅସୁବିଧା ହେବନାହିଁ। ବୟୋବନ୍ଦନା ଯୋଜନାରେ ହିତାଧିକାରୀମାନେ ଅଲଗା ଏକ ସ୍ୱତନ୍ତ୍ର କାର୍ଡ ପାଇବେ। ନୂତନ ଏକକ କାର୍ଡ଼ ପାଇବା ପର୍ଯ୍ୟନ୍ତ ହିତାଧିକାରୀମାନେ ତାଲିକାଭୁକ୍ତ ହସ୍ପିଟାଲମାନଙ୍କରେ ନିଜର ଆଧାର କାର୍ଡ଼/ବର୍ତ୍ତମାନ ପାଖରେ ଥିବା ସ୍ୱାସ୍ଥ୍ୟ କାର୍ଡ଼ ନମ୍ବର ଦେଇ ଚିକିତ୍ସା ପାଇପାରିବେ ।

Courtesy : X @ipr_odisha

Wednesday, 2 April 2025

Promotion of 30 OAS officers to the IAS Cadre

In exercise of the powers conferred by Rule 8(1) of the Indian Administrative Service (Recruitment) Rules, 1954 read with Regulation 9(1) of the Indian Administrative Service (Appointment by Promotion) Regulations, 1955 and Rule 3 of the Indian Administrative Service (Probation) Rules, 1954, the President is pleased to appoint the following members of the State Civil Service of Odisha to the Indian Administrative Service against the vacancies determined by Government of India under Regulation 5(1) of the said Regulations in consultation with the State Government for the year-wise Select Lists of 2023 and 2024 on probation until further orders and to allocate them to the Odisha Cadre, under Rule 5(1) of the Indian Administrative Service (Cadre) Rules, 1954,”