Friday, 3 March 2023

Visitors Entry fee for museums limited to Rs.10 only

ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ ଅଧିକ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଜନସାଧାରଣ, ବିଶେଷ କରି ଯୁବ ସମାଜ, ଛାତ୍ର ସମାଜ ତଥା ପର୍ଯ୍ୟଟକମାନେ ଯେପରି ଓଡ଼ିଶାର କଳା ଓ ସଂସ୍କୃତି ସହ ଭଲ ଭାବେ ପରିଚିତ ହୋଇପାରିବେ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି।

ଏଥିସହ ଛାତ୍ରଛାତ୍ରୀ, କାରିଗର ଓ ବୁଣାକାରମାନଙ୍କ ପାଇଁ ସଂଗ୍ରହାଳୟରେ ପ୍ରବେଶ ପାଇଁ କୌଣସି ଦେୟ ଆଦାୟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ସଂଗ୍ରହାଳୟଗୁଡିକ ଯେପରି ଅଧିକ ଲୋକପ୍ରିୟ ହେବ ଏବଂ ପର୍ଯ୍ୟଟକମାନେ ପରିଦର୍ଶନର ଅଧିକ ସୁଯୋଗ ପାଇବେ, ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Sunday, 26 February 2023

Pradeep K Jena appointed as Chief Secretary of Odisha

NEW APPOINTMENT
***
Shri Pradeep Kumar Jena, IAS
  • Chief Secretary and Chief Development Commissioner, Odisha
  • Secretary to Government, GA&PG Department

Smt Anu Garg, IAS
  • Development Commissioner -cum- Additional Chief Secretary
  • Secretary to Government, Planning and Convergence Department

Shri Suresh Chandra Mahapatra, IAS
  • Chairperson, Odisha Electricity Regulatory Commission (OERC) 


Thursday, 23 February 2023

Renovation of Birthplace of Utkalmani Gopabandhu Das

୫-ଟି ଉପକ୍ରମରେ ଓଡିଶାର ବରପୁତ୍ର ମାନଙ୍କ ଜନ୍ମପୀଠର ବିକାଶ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୁଆଣ୍ଡୋରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିଛନ୍ତି। ଗୋପବନ୍ଧୁଙ୍କ ଏକ ୧୫ ଫୁଟ ଉଚ୍ଚ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହିତ ବିକଶିତ ଶିବ ମନ୍ଦିର, ପୋଖରୀ, ମ୍ୟୁଜିୟମ ଓ ପୈତୃକ ବାସଗୃହର ଉଦ୍‌ଘାଟନ କରିଛନ୍ତି। ଏହାସହିତ ଜନ୍ମପୀଠକୁ ରାସ୍ତା, ପରିକ୍ରମା ରାସ୍ତା ଓ ଏକ ସୂଚନାକେନ୍ଦ୍ର ମଧ୍ୟ କରାଯାଇଛି। 

Wednesday, 22 February 2023

Sad demise of Shri Babaji Sethi, Desk Officer

Sri Babaji Charan Sethi, Desk Officer, Home Deptt breathed his last today at Capital Hospital at the age of 60 years. He was a OSS Officer of 1983-84 Batch and he was about to retire from Government service on 31.03.2023.
We would like to express our sincere condolences to his family. R.I.P.

Promotion of Section Officer to the rank of Desk Officer

7786 Dt.21.02.2023

Monday, 20 February 2023

Adivasi Mela 2023

 

ଉତ୍ସସୁକତା ଓ ଆଶଙ୍କା ରେ ସଚିବାଳୟ ଏଏସ୍ଓ ପରୀକ୍ଷାର୍ଥୀ : ରାୟକୁ ଅପେକ୍ଷା

ସଚିବାଳୟ ସେବା ବର୍ଗର ସହାୟକ ଉପବିଭାଗ ଅଧିକାରୀ ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ବାରା କରାଯାଇଥିବା ନିଯୁକ୍ତି ପରୀକ୍ଷା ୨୦୨୧ ର ଚୟନ ପଦ୍ଧତି କୁ ନେଇ କିଛି ପରୀକ୍ଷାର୍ଥୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଚଳିତ ମାସ ୧୦ ତାରିଖରେ ଏହାର ଶୁଣାଣି ଶେଷ କରି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ତାଙ୍କର ରାୟକୁ ସଂରକ୍ଷିତ ରଖିଛନ୍ତି। 

Thursday, 16 February 2023

Volleyball Premier League 2023 : Peace Keeper champion

ଓଡ଼ିଶା ସଚିବାଳୟ କର୍ମଚାରୀ କ୍ରୀଡା ସଂଘ ଆନୁକୁଲ୍ୟରେ  ୧୮ତମ ୟୁକୋ କପ୍ ଭଲିବଲରେ ପିସ କିପର ଚମ୍ପିୟାନ ହୋଇଛି। ଫାଇନାଲରେ ପିସ କିପର ଦଳ ୨-୧ ସେଟରେ ଓ୍ୱାରିୟରସ ଦଳକୁ ପରାଜିତ କରିଥିଲା। ଉଦଯାପନୀ ଉତ୍ସବରେ ୟୁକୋ ବ୍ୟାଙ୍କର ଜୋନାଲ ମ୍ୟାନେଜର ଗୌତମ ପାତ୍ର, ଆଶିଷ କୁମାର ବିଶ୍ୱାଳ, ସତ୍ଯ ରଞ୍ଜନ ମହାନ୍ତି, ସୁଜିତ କୁମାର ଦଳାଇ ଏବଂ ଶ୍ରୀନିବାସ ମିଶ୍ର ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଜ୍ୟୋତି ରଞ୍ଜନ ମ୍ୟାନ ଅଫ ଦି ଫାଇନାଲ, ଅକ୍ଷୟ କୁମାର ଭୋଇ ଶ୍ରେଷ୍ଠ ଆଟାକର, ତ୍ରିଲୋଚନ ଦାସ ଶ୍ରେଷ୍ଠ ସେଟର, ରଞ୍ଜିତ କୁମାର ମୁଦୁଲି ଶ୍ରେଷ୍ଠ ଡିଫେଣ୍ଡର ଏବଂ ଅଞ୍ଜନ କୁମାରଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା।